jayashree

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରିଣୀ କମିଟି ଓ ଟୁର୍ଣ୍ଣାମେଣ୍ଟ ବୈଠକ

  • ସି.କେ. ନାଇଡୁ କ୍ରିକେଟ୍‌ ନଭେମ୍ବର ୮ରୁ କୁଚ୍‌ ବେହାର ଟ୍ରଫି ନଭେମ୍ବର ୨୦ରୁ ଓ ସିନିୟର ଆନ୍ତଃକ୍ଲବ କ୍ରିକେଟ୍‌ ୨୬ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ କାର୍ଯ୍ୟାଳୟ ପ୍ରକୋଷ୍ଠ ସଂସଦର କାର୍ଯ୍ୟକାରିଣୀ ଓ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ ସଭାପତି ଡ. ଶ୍ରୀକର ମିଶ୍ର ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ତଥା ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଭାପତି ଶ୍ରୀ ମିଶ୍ରଙ୍କୁ ସ୍ୱାଗତ କଲା ପରେ ସଂପାଦକ ହରିନାରାୟଣ ପୁଜାରୀ ବୈଠକ ଆୟୋଜନ ସଂପର୍କିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ନଭେମ୍ବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡିଶା ବନାମ କର୍ଣ୍ଣାଟକ ସି.କେ. ନାଇଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୦ରୁ ୨୩ ଓଡିଶା ବନାମ ବିଧର୍ବ କୁଚ୍‌ ବିହାର ଟ୍ରଫି ଓ ନଭେମ୍ବର ୨୬ରୁ ସିନିୟର (ପୁରୁଷ) ଇନଟ୍ରା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗାନ୍ଧୀ ଷ୍ଟାଡିୟମରେ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ବୈଠକରେ ଶ୍ରୀ ପୁଜାରୀ ପ୍ରକାଶ କରିଥିଲେ ଓ ଏହାର ସଫଳ ଆୟୋଜନ ସକାଶେ ସମସ୍ତ ସଭ୍ୟଙ୍କ ସହଯୋଗ କାମନା କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଡିସେମ୍ବର ତୃତୀୟ ସପ୍ତାହରୁ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ଓ ଶେଷ ସପ୍ତାହରେ ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଗାନ୍ଧୀ ଷ୍ଟାଡିୟମରେ ଆୟୋଜନ କରାଯିବ । ସିନିୟର ଇନଟ୍ରାକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ କ୍ଲବମାନେ ନଭେମ୍ବର ୫ ସୁଦ୍ଧା ସେମାନଙ୍କ ଆବଶ୍ୟକ ନଥିପତ୍ର ସହ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ସଂସଦର କାର୍ଯ୍ୟାଳୟରେ ଆବେଦନ କରିବେ ବୋଲି ସଂଘ ସୁତ୍ରରୁ ପ୍ରକାଶ ପାଇଛି । ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସଂପାଦକ ଓମ୍‌ପ୍ରକାଶ ଚାନ୍ଦ, ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ପ୍ରଦୀପ ପାତ୍ର, ଫୁଟବଲ ସଂପାଦକ ପ୍ରଫୁଲ୍ଲ ବେହେରା, ଗ୍ରାମ୍ୟ କ୍ରୀଡା ସଂପାଦକ ସଂଗ୍ରାମ ବହିଦାର, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ପଣ୍ଡା, କାଉନସିଲ ସଭ୍ୟ ଜୟରାମ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ବହିଦାର ବିଭିନ୍ନ ପ୍ରସ୍ତାବ ଉପରେ ସମର୍ଥନ ଜଣାଇଥିଲେ । ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ବଲାଙ୍ଗିରରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଯଥୋଚିତ ପଦକ୍ଷେପ ନେବାକୁ ସଭାପତି ଡ. ଶ୍ରୀକର ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଶେଷରେ ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.