ଡଙ୍ଗରପଡ଼ା ଗ୍ରାମରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବ୍ଲକ କାର୍ଯ୍ୟକାରିଣୀର ସଚେତନତା ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମ ଗୋଣ୍ଡ ଭବନଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବ୍ଲକ କାର୍ଯ୍ୟକାରିଣୀର ଏକ ସଚେତନତା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗୋଣ୍ଡ ସମାଜର ଆରାଧ୍ୟ ଦେବତା ବଡ଼ଦେଓଙ୍କ ପୂଜାର୍ଚ୍ଚନା ପରେ ସମାଜର ରୀତିନୀତି ସମ୍ପର୍କରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ସଭାପତି ଗଙ୍ଗାରାମ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ବିନୋଦ ବିହାରୀ ମଲ୍ଲିକ ମୁଖ୍ୟ ଅତିଥି, ଜିଲ୍ଲା ଉପସଭାପତି ମହେନ୍ଦ୍ର ମଲ୍ଲିକ, ସୁରଥ ଧରୁଆ, ରାମଚନ୍ଦ୍ର ଧରୁଆ, ରାଜୀବ କୁଅଁର, ଦାଶରଥି ଭୋଇ, ଡଙ୍ଗରପଡ଼ା ସଭାପତି ଗୋବିନ୍ଦ ଧରୁଆ, ବନବାହାଲ ସଭାପତି ନକୁଳ କୁଅଁର ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମାଜର ଉନ୍ନତି, ଜନ୍ମ, ବିବାହ, ମୃତାହ ଆଦି ବିଷୟରେ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅବସରରେ ସମାଜର ବୃଦ୍ଧଵୄଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ପଲ୍ଲୀର ବହୁ ସମାଜ ଭାଇ ଉପସ୍ଥିତ ଥିଲେ । ଶେଷରେ ଶିବ ଧରୁଆ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.