oum

ମା’ ପାଦୁକାଇ ପୀଠରେ ବାଦୀ ପାଲା ମହୋତ୍ସବ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ପଂଚାୟତର ଜଗଦଳପୁର ଗ୍ରାମର ଅଧିଷ୍ଠାତି ଦେବୀ ମା’ ପାଦୁକାଇଙ୍କ ପୀଠରେ ୭ଦିନ ଧରି ବାଦୀ ପାଲା ଅନୁଷ୍ଠିତ । ଓଡ଼ିଶାର ସୁନାମ ଧନ୍ୟ ପାଲା ଗାୟକ ବେଦବ୍ୟାସ ରମେଶ ଚନ୍ଦ୍ର ପଣ୍ଡା ଓ ଗାୟକ ରତ୍ନ ଗାୟକ ପ୍ରଶାନ୍ତ ନାଥ ଶର୍ମା କେନ୍ଦ୍ରାପଡ଼ା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ମା’ ପାଦୁକାଇ ପୀଠରେ ସନ୍ଧ୍ୟା ୭ଟାରୁ ରାତ୍ର ୧ଟା ପର୍ଯ୍ୟନ୍ତ ଚାଲୁଛି । ଦୂର ଦୂରାନ୍ତରୁ ପ୍ରତ୍ୟେକ ଦିନ ୫୦୦ ଲୋକ ଉପସ୍ଥିତ ରହୁଛନ୍ତି । ଜଗଦଳପୁର ଗ୍ରାମବାସୀ ମାନଙ୍କର ମିଳିତ ସହଯୋଗ ଓ ପାଦୁକାଇ କମିଟିର ସଦସ୍ୟ ମାନଙ୍କ ସହଯୋଗରେ ଦୀର୍ଘ ୫୦ ବର୍ଷ ଧରି ଏହି ପାଲା ଶାନ୍ତି ଶୃଙ୍ଖଳାର ସହ ଲାଗି ରହିଛି । ଉପସ୍ଥିତ କମିଟି ସଭାପତି ସଦାଶିବ ବଳବନ୍ତରାୟ, ଗୌରହରୀ ମହାପାତ୍ର, ଲଷ୍ମୀଧର ସାମନ୍ତରାୟ, ରମେଶ ଚନ୍ଦ୍ର ବଳବନ୍ତରାୟ, କୈଳାସ ପରିଡା, ହାଡିବନ୍ଧୁ ପୃଷ୍ଟି, କାଳୁ ସାମନ୍ତରାୟ ପ୍ରମୁଖ ସାଂସ୍କୃତିକ ଜ୍ଞାନ ଯଂଜ୍ଞ ପରିଚାଳନା କରିଥିଲେ ।

Leave A Reply

Your email address will not be published.