oom

ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଟ୍ରୋଲିଂ ବେଳେ ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବିଭାଗୀୟ ସୂଚନା ଅନୁସାରେ ଆଜି ଭୋର୍‌ ୫ଟା ସମୟରେ ବଲାଙ୍ଗିର ସହରର କଲେଜ ଛକ ନିକଟରେ ବଲାଙ୍ଗିର ରେଂଜ ଷ୍ଟାଫ୍‌ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦୁ ଗଣ୍ଡି ବୋଝେଇ ଏକ ଟ୍ରକ୍‌ ନଂ. ଓଆର୍‌ ୧୫ଏନ୍‌ ୨୨୮୭କୁ ଜବତ୍‌ କରାଯାଇଛି । ଏ ଦିଗରେ ଅଧିକ ତଦନ୍ତ କରାଯାଉଥିବା ବିଭାଗୀୟ ସୂଚନାରେ କୁହାଯାଇଛି । ଏହି ମାମଲାରେ ଜଣେ ଅଭିଯୁକ୍ତ ଅଜୟ ସିଂ ଗରିଫ ହୋଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.