oum

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଗୁରୁତର

jsm

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପିଠିଆଷଣ୍ଢ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଯେଉଁଥିରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗୋବିନ୍ଦପୁର ଗାଁର ଯାତ୍ରୀମାନେ ଅଟୋ ଚାନ୍ଦବାଲି ବଜାରରୁ ଗୋବିନ୍ଦପୁର ଗାଁ ଅଭିମୁଖେ ଯାଉଥିଲେ । ଏହି ସମୟରେ ବିଜୟ ନଗର ରାସ୍ତା ପିଠିଆଷଣ୍ଢ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଏହାପରେ ତୁରନ୍ତ ଗୁରୁତର ଯାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ତିନି ଜଣଙ୍କ ଗୋଡ଼ ଏବଂ ହାତ ଭାଙ୍ଗିଥିବା ଜଣାପଡିଛି । ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଏମିତି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.