
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରେଲୱେ ଷ୍ଟେସନ ପ୍ଲାଟ ଫର୍ମ ନଂ୧ରେ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଆଜି ଭୋର୍ ସକାଳୁ ଆସୁଥିବା ଏକ ମାଳବାହୀ ଟ୍ରେନ ଆଗରେ ହଠାତ୍ ଶୋଇ ପଡିଥିଲେ ଜଣେ ଅଜଣା ବ୍ୟକ୍ତି । ଟ୍ରେନ୍ ଡ୍ରାଇଭର ମଧ୍ୟ ଟ୍ରେନ୍ ଟିକୁ ରୋକିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା । ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଠାରୁ ଗଣ୍ଡି ଅଲଗା ହୋଇସାରିଥିଲା । ତେବେ ଆତ୍ମହତ୍ୟା କରିଥିବା ଅଜଣା ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ ହେବ ବୋଲି ଜଣାପଡିଛି ।