oum

ପାରାଦୀପରେ ୟସ୍‌ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ଓ ପବନ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ୟସ ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଗଲାଣି । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି ଆ଼ଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅଧିକ ପ୍ରଭାବ ପଡିବ । ଏହି ୪ ଜିଲ୍ଲାକୁ କ୍ୟାଟାଗୋରି ୧ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କଟକ, ଯାଜପୁର ଓ ମୟୂରଭଞ୍ଜ ମଧ୍ୟ ପ୍ରଭାବିତ ହେବ । ଏହି ୩ ଜିଲ୍ଲାକୁ କ୍ୟାଟାଗୋରି ୨ନଂ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଧାମରା ଓ ପାରାଦୀପ ବନ୍ଦରକୁ ୪ ନଂ ବିପଦ ସଂକେତ ଜାରି କରାଯାଇଛି । ଗୋପାଳପୁର ଓ ପୁରୀକୁ ୩ ନଂ ବିପଦ ସଂକେତ ଜାରି ହୋଇଛି । ୨୬ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟସ୍‌ । ଲ୍ୟାଣ୍ଡଫଲର ପୂର୍ବରୁ ଓ ପରେ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ୨୫ରେ ସ୍ୱଳ୍ପ ଓ ୨୬ରେ ବାତ୍ୟାର ପ୍ରଭାବ ଅଧିକ ରହିବ । ଟ୍ଵିନ୍‌ ସିଟିରେ ୬୦ରୁ ୭୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.