oum

ୟଙ୍ଗ୍‌ଷ୍ଟାର୍‌ କ୍ଲବ ପକ୍ଷରୁ ପ୍ରଥମ ବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsm

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଧୁମାଭଟା ଗ୍ରାମପଞ୍ଚାୟତ ଅଏଁଲାପାଲି ଗ୍ରାମରେ ୟଙ୍ଗ୍‌ଷ୍ଟାର୍‌ କ୍ଲବ ଆନୁକୁଲ୍ୟରେ ପ୍ରଥମ ବର୍ଷ ଜିଲ୍ଲାସ୍ତରୀୟ ୯ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମ୍ୟାଚର୍‌ ପ୍ରଥମ ପର୍ଯ୍ୟାୟରେ ଖଇରମାଳ ଓ କଦଳୀମୁଣ୍ତା ଏବଂ ସରଗୁଲ ଓ ଡେବ୍ରିପାଲି ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଖଇରମାଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ସରଗୁଲ ବିଜୟ ହାସଲ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୁବ ସରପଞ୍ଚ ବନମାଳୀ ନାଏକ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ୱାର୍ଡ ମେମ୍ବର ଗୀତାଞ୍ଜଳି ବର୍ଗେ, ମିତ୍ରଭାନୁ ନାଗ, ଦୁଃଖନାଶନ ଭୋଇ, ଆଦିବାସୀ ନେତା ଜଗଜୀବନ ଭୋଇ, କ୍ଲବ ସଭାପତି ଗୋବିନ୍ଦ ପରୁଆ, ଗୁରୁଚରଣ ବର୍ଗେ, ସବ୍ୟସାଚୀ ବର୍ଗେ, ଉପେନ୍ଦ୍ର ସୁନା ପ୍ରମୁଖଯୋଗ ଦେଇଥିଲେ । ଶ୍ୟାମସୁନ୍ଦର ବର୍ଗେ, ରମାକାନ୍ତ ବର୍ଗେ, ନିର୍ବାସ ବର୍ଗେ, କୁମର ମଲ୍ଲିକ, ମହନ ଭୂବନ ମଲ୍ଲିକ, ଜଗନ୍ନାଥ ବର୍ଗେ, ଝତକେତନ ସୁନା, କୃଷ୍ଠ ସୁନା, ଅକ୍ଷୟ ବର୍ଗେ, ହିରଣ୍ୟ ବର୍ଗେ, ମନୋଜ ବର୍ଗେ, ରାଜିନ୍ଦ୍ର ବନଗୁଲା ସମସ୍ତେ ମିଶି ସହଯୋଗ କରିଥିଲେ । ଅଏଁଲାପାଲି ଗ୍ରାମ ତରଫରୁ ୟଙ୍ଗ୍‌ଷ୍ଟାର୍‌ କ୍ଲବକୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.