ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲେଖକ ଓ ସାହିତ୍ୟିକମାନେ ତାଙ୍କ ଲେଖନୀରେ ଆମ ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଚିତ୍ର ପ୍ରଦାନ କଲେ ଏ ଜାତିର ମର୍ଯ୍ୟାଦା ବୃଦ୍ଧି ହେବ ବୋଲି ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟର ଏବଂ ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର, ଡେଲାଙ୍ଗ ସହଯୋଗରେ ଆୟୋଜିତ ନବ ବର୍ଷ ସାହିତ୍ୟ ଆସରରେ ବିଭିନ୍ନ ସାରସ୍ଵତ ସାଧକ ଓ ବିଭିନ୍ନ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଡେଲାଙ୍ଗ ବ୍ଲକ ବାବା ବଣିବକ୍ରେଶ୍ଵର ଦେବ ପୀଠସ୍ଥଳୀ, କୁଆପଦା ଠାରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଏହି କବିତା ପାଠୋତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ହେମନ୍ତ କୁମାର ଛୋଟରାୟ, ମୁଖ୍ୟ ବକ୍ତା ରୂପେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ରମେଶ ପାଟ୍ଟଶାଣୀ, ଯୁବ ସମାଜସେବୀ ଲଲାଟ ପାଇକରାୟ, ଘୋରାଡ଼ିଆ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ଶିକ୍ଷକ ଗୋବର୍ଦ୍ଧନ ବରାଳ, ଅବସରପ୍ରାପ୍ତ ଆର୍ତ୍ତତ୍ରାଣ ମହାନ୍ତି, ଶିକ୍ଷାବିତ୍‌ ନୀଳାମ୍ବର ମିଶ୍ର, ଦୟାସାହିତ୍ୟ ସଂସଦର ସମ୍ପାଦକ ଜିତେନ୍ଦ୍ର ପେଣ୍ଠଇ, ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ବକ୍ତ୍ୟ ରଖିବା ସହିତ ଶିଶୁ, କିଶୋର ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବା ସହିତ ସାହିତ୍ୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମାଟିର ମହକ ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଏହି ଆସରରେ ଅଧିକାରୀ ସ୍ଵାଇଁ, ବିଶ୍ୱରଂଜନ ମହାନ୍ତି, କିଶୋର ଜେନା, ରୋହିତ ଚମ୍ପତ୍ତି, ଦାଶରଥି ମହାନ୍ତି, ହିମାଂଶୁ ମହାପାତ୍ର, ବସନ୍ତ ମଞ୍ଜରୀ ମାନସିଙ୍ଗ, ଗୀତାରାଣୀ ରଣଜିତ, ଶିଶୁସାହିତ୍ୟ ଶୁଭମଜିତ ଧାଉଡ଼ିଆ, ସାବିତ୍ରୀ ବଳିୟାରସିଂହ, ଅନୁସୂୟା ବଳିୟାରସିଂହ, ପ୍ରାଚୀ ବିରାଳ, ସୁରେଶ ଶ୍ରୀଚନ୍ଦନ, ସତ୍ୟମଜୀତ ଧାଉଡ଼ିଆ, ଓମ ପ୍ରଜ୍ଞା ଚମ୍ପତି, ସୋମ୍ୟ ରଞ୍ଜନ ଚମ୍ପତି, ଲକ୍ଷ୍ମୀପ୍ରିୟା ମଣ୍ଡଳ, ଶୁଭଲକ୍ଷ୍ମୀ ବରାଳ, ସ୍ଵାତି ସ୍ନିଗ୍ଧା ଭୁଜବଳ ସମେତ ପ୍ରାୟ ୮୦ରୁ ଅଧିକ ସାରସ୍ଵତ ସାଧିକସାଧିକା ପ୍ରମୁଖ ଯୋଗଦେଇ ସ୍ୱଲିଖିତ କବିତା ଆବୃତି କରିଥିଲେ । ଅନୁଷ୍ଠାନର ସଭାପତି ଦିଲ୍ଲୀପ ଧାଉଡ଼ିଆ ଅତିଥି ଆମନ୍ତ୍ରଣ, ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି, ଶିଶୁ କିଶୋର, ବରିଷ୍ଠ ସାରସ୍ଵତ ସାଧିକ ସାଧିକା ଓ ସାମ୍ବାଦିକମାନଙ୍କୁ ପ୍ରଶଂସା ପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ମନ୍ଦିର ସନ୍ନିକଟ ଉଦ୍ୟାନରେ ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.