lika

ମଦନପୁର ମଜଦୁର ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ

gbag

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଜଦୁର ସଂଘ ମଦନପୁର, ଅଲାତରା ଓ ଗୋଛାଡେଙ୍ଗନ ଗ୍ରାମ ପଞ୍ଚାୟତର ମଦନପୁର ପେସ୍କ ଅଧୀନରେ ଥିବା ଧାନମଣ୍ଡିରେ ହେମାଳ ଭାବେ କାମ କରୁଥିବା ୩୬ରୁ ଅଧିକ ଶ୍ରମିକମାନେ ଗତକାଲି ଠୁ ବିଭିନ୍ନ ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନଙ୍କ ଦାବୀ ମଧ୍ୟରେ ଆଗରୁ କ୍ୱିଣ୍ଟାଲ ପ୍ରତି ଟ.୧୧.୧୯ ପଇସା ମିଳୁଥିବା ବେଳେ ଏବେ ସେମାନଙ୍କୁ ଟ. ୮.୪୬ ମିଳୁଛି, ଏଣୁ ଆଗରୁ ଯାହା ନିର୍ଦ୍ଧାରିତ ଥିଲା ସେ ଅନୁସାରେ ମିଳିବା ପାଇଁ, ମଣ୍ଡିରେ ବିଶ୍ରାମ, ପାନୀୟ ଜଳ ଯୋଗାଇବାକୁ, ଲେବର କାର୍ଡ ଏବଂ ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ କରିଛନ୍ତି । ଏଥିରେ ମଜଦୁର ସଂଘ ସଭାପତି ପ୍ରେମାନନ୍ଦ ମାଝି, ସମ୍ପାଦକ ଚତୁର୍ଭୁଜ ବିଶି ସହ ସମସ୍ତ ଶ୍ରମିକ ଓ ଜିଲ୍ଲା ସମ୍ପାଦକ ବିଶ୍ୱ ରଞ୍ଜନ ସା ସାମିଲ ଅଛନ୍ତି । ଏହି ବିଷୟରେ ମଦନପୁର ପେସ୍କ ସଭାପତି ହରି ମହାନନ୍ଦଙ୍କୁ ପଚାରିବାରୁ ଆମେ ତାଙ୍କ ଦାବୀପତ୍ର ଗ୍ରହଣ କରି ବଡ଼ ଅଧିକାରୀଙ୍କୁ ପଠେଇଛୁ ଏ ବିଷୟରେ ସରକାର ନିହାତି ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ।

babaa
Leave A Reply

Your email address will not be published.