om academy

ଚାଷୀଙ୍କ ସମସ୍ୟା ଦୂର ନହେଲେ ଘମାଘୋଟ ଆନ୍ଦୋଳନ ହେବ : ଚାଷୀ ନେତା ଡା. ସୁଧୀର ପରିଚ୍ଛା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀମାନଙ୍କ ସମସ୍ୟା ଦୂର ନହେଲେ ଘମାଘୋଟ ଆନ୍ଦୋଳନ ହେବ ବୋଲି ବଲାଙ୍ଗିର ଜିଲ୍ଲାର ବରିଷ୍ଠ ତଥା ବିଶିଷ୍ଟ ଚାଷୀ ନେତା ଡା. ସୁଧୀର ପରିଚ୍ଛା ଦାବୀ କରିଛନ୍ତି । କେଉଁଠାରେ ମଣ୍ଡିରେ ଧାନ ପଡ଼ିଛି ଏବଂ ଶୀତ କାକରରେ ଚାଷୀ ଧାନ ଜଗି ରହିଛି ତ’ କେଉଁଠି ଚାଷୀଙ୍କୁ ମିଳୁନି ଟୋକନ୍‌ । ଆଉ କେଉଁଠି ପୁଣି ମିଲର୍‌ ଓ ପ୍ୟାକ୍ସ କର୍ମଚାରୀଙ୍କ କଟ୍‌ନୀ ଛଟ୍‌ନୀର ପ୍ରତାରଣାର ଶିକାର ହେଉଛି ଚାଷୀ । ପ୍ରଶାସନିକ ଲୁଚକାଳି ଖେଳ ଓ ମଧୁଚନ୍ଦ୍ରିକାରେ ବେହାଲ୍‌ ହେଉଛି ଚାଷୀ । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ତଥା ସରକାର ଯଦି ଚାଷୀମାନଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନନିଅନ୍ତି, ତେବେ ଘମାଘୋଟ ଆନ୍ଦୋଳନ ହେବ ବୋଲି ଡା. ପରିଚ୍ଛା ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.