p purohi

ହମିରପୁରର ସମସ୍ୟା ନେଇ ଆଲୋଚନା

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ସବୁଠାରୁ ଅବହେଳିତ ଅଞ୍ଚଳ ଭାବେ ଜଣାଶୁଣା ହମିରପୁରର ନାନା ସମସ୍ୟା ନେଇ ଏକ ଆଲୋଚନା ସଭା ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ବିଜେଡି ବିଧାୟିକା ପ୍ରାର୍ଥିନୀ ଅର୍ଚ୍ଚନାରେଖା ବେହେରା ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଗୋପାଳ ଦାସଙ୍କ ଅନୁପସ୍ଥିତି ଯୋଗୁଁ ସହଯୋଗୀ ନିହାର ଦାସ ଓ ବିଷ୍ଣୁ ମହାନ୍ତି ଯୋଗଦେଇ ଅଞ୍ଚଳ ବାସୀଙ୍କ ଅଭାବ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ ଯେ, ହମିରପୁର ଜିଲ୍ଲାର ସର୍ବପୂରାତନ ଓ ପ୍ରଥମ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଏହି ଅଞ୍ଚଳରେ ପ୍ରାୟ ୨୨ ହଜାର ଜନସାଧାରଣ ବାସ କରୁଛନ୍ତି । ତେବେ ଏହି ଅଞ୍ଚଳ ପୌରାଞ୍ଚଳ ବା ପଞ୍ଚାୟତରେ ସାମିଲ ହୋଇନଥିବାରୁ ଏଠାରେ ମୌଳିକ ସୁବିଧା ଠିକ୍ ଭାବେ ଉପଲବ୍ଧ ହୋଇପାରୁନାହିଁ । ରାଉରକେଲା ଇସ୍ପାତ କାରଖାନା ମଧ୍ୟ ପେରିଫେରି ଅଞ୍ଚଳ ହିସାବରେ ଦୃଷ୍ଟି ଦେଉନାହିଁ । ସ୍ୱାସ୍ଥ୍ୟ ସେବା ରହିତ, ସଂକୀର୍ଣ୍ଣ ରାସ୍ତା, ଡ୍ରେନେଜ, ବିଦ୍ୟୁତ ଓ ଜଳ ଯୋଗାଣରେ ଅନିୟମିତତା ସବୁବେଳେ ଅଭିଯୋଗ ହୋଇଆସୁଛି । କିଛି ଦିନ ତଳେ ହମିରପୁର କଣ୍ଟ୍ରାକ୍ଟର କଲୋନୀରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଏଠାରୁ ୧୬ ନମ୍ବର ସେକ୍ଟରକୁ ସ୍ଥାନାନ୍ତରିତ କରାଯାଇଛି । ବର୍ଷା ଦିନେ ଘରେଘରେ ପାଣି ପଶିଯାଉଛି । ଏଠାକୁ ଲୋକପ୍ରତିନିଧି କାଆଁ ଭାଁ ପାଦ ପଡୁଛି କି ନାହିଁ ସନ୍ଦେହ । ତେଣୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନିଜ ସୁବିଧା ନିଜେ କଲେ ମଧ୍ୟ ପ୍ରାୟତଃ ଏହା ସରକାରଙ୍କ ଆଢ଼ୁଆଳରେ ରହି ଯାଉଛି । ହମିରପୁର ତେବେ ଏସମ୍ପର୍କରେ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଭିନ୍ନ ଦଳର ପ୍ରାର୍ଥୀ ମାନଙ୍କୁ ଅବଗତ କରାଇ ସେମାନଙ୍କ ମତ ନିଆଯାଇଥିଲା । ଏପରିକି ହମିରପୁରକୁ ବିଧାୟକ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ପ୍ରାର୍ଥୀ ମାନେ ବିଜୟୀ ହେଲେ ଏସବୁ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । ଏହି ଆଲୋଚନା ବେଳେ ନିରଞ୍ଜନ ଦାସ, ଡ. ଦେବେନ୍ଦ୍ର କୁମାର ବେହେରା, ମନୋଜ ସାହୁ, ବି. ପି ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଶର୍ମିଲା ଦତ୍ତ, ମହେଶ୍ୱର ସାହୁ, ନଗେନ୍ଦ୍ର ପ୍ରସାଦ, ହରମନ ଲାକ୍ରା, ଦେଓନିଶ ଲାକ୍ରା, ପି ଲାକ୍ରା, ବି ସିଂ ନାୟକ, ମହେନ୍ଦ୍ର ପଣ୍ଡିତ, ସନ୍ତୋଷ ରାଜଗୁରୁ, ଅଗସ୍ତି ଦାସ, ଅଶୋକ ସାହୁ, ଗଙ୍ଗାଧର ଦାଶ, କୁଞ୍ଜବିହାରୀ ରାଉତ,ସୁବାସ ଗୁପ୍ତା, କାହ୍ନୁଚରଣ ଲେଙ୍କା, କରୁଣାକର ବିଶ୍ୱାଳ, ନିରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.