oom

ଦିବ୍ୟାଙ୍ଗ ପରିବାରଙ୍କୁ ନୂଆଁଖାଇ ଅଢିଆ ବଂଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ରବିବାର ପାଳିତ ହେବାକୁ ଯାଉଛି । କରୋନା ଭୂତାଣୁ ସଂକ୍ରମଣରେ ସମଗ୍ର ବିଶ୍ୱର ମାନବ ସମାଜ ଏକ ପ୍ରକାର ଜଡ଼ ପାଳଟି ଯାଇଛି । କେବଳ ଶାରୀରିକ କ୍ଷତି ନୁହେଁ, ମାନସିକ, ସାମାଜିକ ତଥା ଅର୍ଥନୈତିକ କ୍ଷତି ବି ଘଟିଛି । ଏହାକୁ ଲକ୍ଷ୍ୟ କରି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ବଲାଙ୍ଗିର ସହର ତଥା କାମାକ୍ଷାନଗରର ୧୫ ଜଣ ଦିବ୍ୟାଙ୍ଗ ପରିବାର ବିଶେଷଙ୍କୁ ନୂଆଁଖାଇ ଅଢିଆ ବଂଟନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ଓ ସମ୍ମାନିତ ଅତିଥି ଭାବରେ ଯୁବ ସମାଜସେବୀ ଜୟଦେବ ଜାଲ ଯୋଗଦାନ କରିଥିଲେ । ନୂଆଁଧାନ, ଚୁଡା ସହ ଦୁଇ କିଲୋ ଅରୁଆ ଚାଉଳ, ୩୫୦ଗ୍ରା. ଡାଲି ଓ କିଲୋ ଅଟା, ଅଧାକିଲୋ ସୁଜି, ଅଧାକିଲୋ ଚିନି, ୪୦୦ଗ୍ରାମ ଘିଅ, ହଳଦି, ନଡିଆ, କଖାରୁ, ପୋଟଳ, ବିଳାତି ବାଇଗଣ, ମସଲା, ଖଲିଦନା ତଥା ୫୦ଟଙ୍କା ଲେଖାଏଁ ପ୍ରତ୍ୟେକ ପରିବାରକୁ ପ୍ରଦାନ କରିବା ସହ ବନ୍ଧୁତା ଭାବରେ ନେଇ ପରିବାରର ସମସ୍ତ ସଦସ୍ୟ ମିଳିମିଶି ନୂଆଁ ଖାଇବାକୁ ଅନୁରୋଧ କରିଥିଲେ । ଡେଙ୍ଗ ସ୍କୁଲର ଜୁନିୟର ରେଡକ୍ରସର ପରାମର୍ଶଦାତା ରାମ ନାରାୟଣ ଦାଶ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ କାର୍ଯ୍ୟକ୍ରମକୁ ପରି·ଳନା ତଥା ଧନ୍ୟବାଦ ଦେଇଥିଲେ । ଏଠାରେ ପ୍ରକାଶ ଥାଉକି ପ୍ରଥମରେ ଦିବ୍ୟାଙ୍ଗ ପରିବାରଜନଙ୍କୁ ମାକ୍ସ ଓ ସାବୁନ ବିତରଣ କରି ସମାଜିକ ଦୂରତା ବଜାର ରଖି କାର୍ଯ୍ୟକ୍ରମକୁ ସଂପାଦକ କରାଯାଇଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ଠାରୁ ଜିତିବାକୁ ହେଲେ ସମସ୍ତେ ଏକ ମନ ହୋଇ ରହିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ଶତପଥି ବାର୍ତ୍ତା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.