ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରାଜୀବ ଲୋଚନ ପତିଙ୍କ ପରଲୋକ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆଁରୋଇ ଗ୍ରାମପଞ୍ଚାୟତ ଅଧିନସ୍ଥ ବେଲଦା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ନୀଳକଣ୍ଠ ନୋଡାଲ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ବର୍ଗତଃ ନୀଳକଣ୍ଠ ପତିଙ୍କ ସୁପୁତ୍ର ରାଜୀବ ଲୋଚନ ପତି ୮୭ ବର୍ଷ ବୟସରେ ଗତ ଗୁରୁବାର ସନ୍ଧ୍ୟା ସମୟରେ ଇହଧାମ ତ୍ୟାଗ କରି ପରଲୋକ ଗମନ କରିଛନ୍ତି । ଶ୍ରୀ ପତି ନୀଳକଣ୍ଠ ମଧ୍ୟ ଇଂରାଜୀ ବିଦ୍ୟାଳୟ ବେଲଦାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ନିମ୍ନ ମାଧ୍ୟମିକ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଏବଂ ଏକ ଧାରାରେ ଛାତ୍ରବତ୍ସଳ, ଶିକ୍ଷାପ୍ରେମୀ, ପରୋପକାରୀ, ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ଖୁବ ପରିଚିତ ଥିଲେ । ତାଙ୍କ ବିୟୋଗରେ ଭୋଗରାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଭୋଗରାଇ ବିଧାୟକ ତଥା ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅନନ୍ତ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ସରପଞ୍ଚ ଲକ୍ଷହୀରା ସେଠୀ, ସଦସ୍ୟା ରେଖାରାଣୀ ଖଟୁଆ, ଗୋଷ୍ଠୀ ଶିକ୍ଷାଧିକାରୀ ଭଗିରଥ ଗିରି, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ମହିର ପ୍ରଧାନ, ପ୍ରଧାନଶିକ୍ଷକ ଶୁକ୍ରାଚାର୍ୟ୍ୟ ପଟ୍ଟାୟତ, ଶିକ୍ଷକ ଜଗବନ୍ଧୁ ଖଟୁଆ, ଜୀବନକୃଷ୍ଣ ଦେ, ଦିଲ୍ଲୀପ କୁମାର ଧଳ, ଅଚିନ୍ତ୍ୟ ପାତ୍ର, ଲକ୍ଷ୍ମଣ କୁମାର ପ୍ରମାଣିକ, ନାରାୟଣ ଗିରି, ଗିରିଶ ଚନ୍ଦ୍ର ଜେନା, ରାମଚନ୍ଦ୍ର କର, ସୁରେଶ ପ୍ରଧାନ, ବ୍ରଜେନ୍ଦ୍ର ନାଥ ଜେନା, ମଧୁସୂଦନ ନନ୍ଦୀ, ଶିକ୍ଷୟିତ୍ରୀ ଭାରତୀ ଦତ୍ତ, ସମାଜସେବୀ ରାମକୃଷ୍ଣ ଖଟୁଆ, ପ୍ରଫୁଲ୍ଲ ଜେନା, ବ୍ରଜବିହାରୀ ଜେନା, ବସନ୍ତ ସାହୁ, ହରିହର କର, ରାଧାଶ୍ୟାମ ଚକ୍ରବର୍ତ୍ତୀ ପ୍ରମୁଖ ରାଜୀବ ଲୋଚନ ପତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ଝିଅ ସ୍ମିତାରାଣୀ ଓ ଜ୍ବାଇଁ ତାରାପ୍ରସାଦ ତଥା ନାତି ନାତୁଣୀ ଓ ପରିବାରବର୍ଗ, ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । କରୋନା ନିୟମ ଶୃଙ୍ଖଳା ଭିତରେ ତାଙ୍କର ଶୁଭେଛୁ, ପୁରାତନ ଛାତ୍ରଛାତ୍ରୀ, ଆତ୍ମୀୟ ସ୍ଵଜନ, ବନ୍ଧୁ ବାନ୍ଧବ ଓ ଛାତ୍ରଛାତ୍ରୀମାନେ ତାଙ୍କ ଶବାଧାରକୁ ଏକ ବିଶାଳ ଶୋଭାଯାତ୍ରାରେ ବିଦ୍ୟାଳୟ ଓ ଗ୍ରାମ ପରିକ୍ରମା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.