ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଆଇଆଇଏମ୍ ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା ଭିତ୍ତିଭୂମି ବୃଦ୍ଧି ପାଇବ ଏବଂ ସମଗ୍ର ଭାରତରୁ ଛାତ୍ରଛାତ୍ରୀ ତଥା ଗବେଷକମାନେ ଏଥିପ୍ରତି ଆକୃଷ୍ଟ ହେବେ । ଆସାମରେ ଆଇଆଇଏମ୍ ପ୍ରତିଷ୍ଠା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ ପୋଷ୍ଟ ଉପରେ ଶ୍ରୀ ମୋଦୀ କହିଛନ୍ତି; “ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ରାଜ୍ୟରେ ଏକ ଆଇଆଇଏମ୍ ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା ଭିତ୍ତିଭୂମି ବୃଦ୍ଧି ପାଇବ ଏବଂ ସମଗ୍ର ଭାରତରୁ ଛାତ୍ରଛାତ୍ରୀ ତଥା ଗବେଷକମାନେ ଆକୃଷ୍ଟ ହେବେ ।
