ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ବାଲିଶଙ୍କରା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୮୭ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୨୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୫୬ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ୬ ଗୋଟି ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା । ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୪ ଗୋଟି ଓ ରେଡ଼କ୍ରସର ଗୋଟିଏ ଆବେଦନ ରହିଥିଲା । ଆଜିର ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।