ରାତି ଅଧରେ ଦେକାନରୁ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ନିକଟରେ ରେଳଷ୍ଟସନ ପାର୍ଶ୍ଵରେ ଥିବା ଏକ ପାନ ଜଳଖିଆ ଦୋକାନରୁ ମଧ୍ୟରାତ୍ରରେ ଚୋର କଳାକାନ ବୁଲେଇଥିବା ଦେଖିବାକୁ ମିଳିଛି । ବିପିନ ପାଲାଇ ଓ ତାଙ୍କ ମା’ ସବୁଦିନ ପରି ଗତକାଲି ରାତ୍ରି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳୁ ଦୋକାନ ଦେଖିଲା ବେଳକୁ କବାଟ ତାଡି ଦୋକାନରୁ ଦାମୀ ବିସ୍କୁଟ, ଚକୋଲେଟ, ପରଫିଉମ, ୧୫୦୦ ଟଙ୍କା, ସିଗାରେଟ ପ୍ରାୟ ୬୦ରୁ ୭୦ ହଜାର ଟଙ୍କାର ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି । ରେଳଷ୍ଟେସନ ପାର୍ଶ୍ଵରେ ଦୋକାନ ଦେଇ ନିଜର ଓ ପରିବାରର ଭରଣ ପୋଷଣ କରୁଥିଲେ । ଚୋରି ହେବା ପରେ ଗଞ୍ଜାମ ଥାନାରେ ଅଭିଯୋଗ କରିଥିବା କହିଛନ୍ତି ।

Leave A Reply

Your email address will not be published.