oom

ଏସଏଚଜି ଗ୍ରୁପରେ ମହା ଘୋଟାଲା ଅଭିଯୋଗ : ୩୦ରୁ ୪୦ ସ୍ୱୟଂ ସାହାୟିକା ମହିଳା ଦେଲେ ଦୁର୍ନୀତି ବିରୁଦ୍ଧରେ ବିଡ଼ିଓଙ୍କୁ ଦାବୀପତ୍ର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତରେ ୮୦ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ଆଞ୍ଚଳିକ ମଞ୍ଚ ଗଠନ କରାଯାଇଛି । ଉକ୍ତ ଆଞ୍ଚଳିକ ମଞ୍ଚରେ ୧୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛନ୍ତି । ସିଆରପିଙ୍କ ଦ୍ୱାରା ମହିଳା ଗୋଷ୍ଠୀମାନେ ପରିଚାଳିତ ହୁଅନ୍ତି । ଉକ୍ତ ସିଆରପି ଓଡିଶା ଜୀବିକା ମିଶନ (ଓଏଲଏମ) ପକ୍ଷରୁ ବିଭିନ୍ନ ଏସଏଚଜି ଗ୍ରୁପକୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉକ୍ତ ପଞ୍ଚାୟତର ୧୨ଟି ସ୍ୱୟଂ ସାହାୟିକା ଗୋଷ୍ଠୀ ପ୍ରାୟ ୩୦ରୁ ଅଧିକ ମହିଳା ସୋମବାର ଦିନ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଜସ୍ମିନ ପ୍ରଧାନଙ୍କୁ ଭେଟି ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଗତ କରୋନା ସମୟରେ ମିଶନ ଶକ୍ତି ଯୋଜନାରୁ ୨୫ ଲକ୍ଷ ଟଙ୍କା ଆସିଥିବା ବେଳେ ତାର ସଠିକ ହିସାବ ମାଗିବାରୁ ସମ୍ପାଦିକା ପଦରୁ ବାହାର କରିଦେଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥି ସହ କଲ୍ୟାଣପୁର ବଡ଼ସାହି ଓ ରାମଚଣ୍ଡୀ ଏସଏଚଜି ଗ୍ରୁପ ବ୍ୟାଙ୍କ ଲୋନରୁ ଶେଷ କିସ୍ତି ପାଇଁ ସିଆରପି ସୁଦେସ୍ନା ମୁଦୁଲିଙ୍କୁ ଶେଷ କିସ୍ତି ବାବଦରେ ଗ୍ରୁପ ପକ୍ଷରୁ ୪୦,୬୦୦ ଟଙ୍କା ପୈଠ କରିବାକୁ ଦିଆଯାଇଥିଲା । କିନ୍ତୁ ସେ ୩୧,୭୪୭ ଟଙ୍କା ବାନ୍ଧି ଅବଶିଷ୍ଟ ବାଳକା ୮,୮୫୩ ଟଙ୍କା ଲୁଟି ନେଇଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି । ତତ୍‌ ସଙ୍ଗେ ସଙ୍ଗେ ଖାତା ପତ୍ର ଲିଖନ ବାବଦକୁ ୫୦ ଟଙ୍କା ଏବଂ ବ୍ୟାଙ୍କ ଲୋନ, ମହାସଙ୍ଘ ଲୋନ ବାବଦକୁ ଗ୍ରୁପର ପ୍ରତ୍ୟେକ ମା’ମାନଙ୍କ ଠାରୁ ୨ ଶହ ଟଙ୍କା ଲେଖାଏ ନେଉଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକ ବିପିଏମ ଜଳନ୍ଧର ମହାରଣାଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ବିପିଏମ ଜଳନ୍ଧର ମହାରଣାଙ୍କୁ ଅଭିଯୋଗ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ କରିନଥିବା ବେଳେ ବିଡ଼ିଓ ଜସ୍ମିନ ପ୍ରଧାନ କହିଛନ୍ତି, ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯିବ ବୋଲି ସେ କହିଛନ୍ତି । ଦାବୀପତ୍ର ପ୍ରଦାନ ବେଳେ ମା’ ରାମଚଣ୍ଡୀ ଏସଏଚଜି ଗ୍ରୁପ ସଭାନେତ୍ରୀ ଝୁନୁ ମହାରଣା, ସମ୍ପାଦିକା ନମିତା ମହାରଣା, କାମିନି ମହାରଣା, କେ. ସାବିତ୍ରୀ ରେଡି, କେ. କମଳା ରେଡି, ନମିତା ମାଳି, ସସ୍ମିତା ମହାପାତ୍ର, ଏ. ଚନ୍ଦ୍ରମା ରେଡି ସମେତ ବହୁ ମହିଳା ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.