centurian jitm

ଅନ୍ୟ ଚାଷୀଙ୍କ ୩ ଶହ ହେକ୍ଟର ରୟତି ଜମିରେ ଜମି ଦଲାଲଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ପଂଜିକୃତ ହୋଇଥିବା ଅଭିଯୋଗ : ଗିରଫ ଦାବୀ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣେ ଜମି ଦଲାଲ ବାମଦେବ ସାହୁ ପାଇକମାଲ, ଝାରବନ୍ଧ ଅଞ୍ଚଳର ପାଖାପାଖି ୫୦ରୁ ଅଧିକ ଚାଷୀଙ୍କ ୩ ଶହ ହେକ୍ଟରରୁ ଅଧିକ ରୟତି ଜମି ଉପରେ ନିଜ ପୁଅ, ବହୁ ଆଦିଙ୍କ ନାମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ନିଜ ନାମରେ ପ୍ରିମିୟମ ଜମା କରି ଟଙ୍କା ହଡ଼ପର ଯୋଜନା କରିଥିବା ବେଳେ ଚାଷୀମାନେ ବାମଦେବ ସାହୁଙ୍କ ନାମରେ ଥାନାରେ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପାଇକମାଲ ଥାନା ଅନ୍ତର୍ଗତ କେନାବୁଦା ଗ୍ରାମର ସ୍ୱର୍ଗତ ଅଲେଖ ସାହୁଙ୍କ ପୁଅ ବାମଦେବ ସାହୁଙ୍କ ପୁଅ ବେଦବର ସାହୁ ବୋଡାସମ୍ବର କୃଷକ ସଙ୍ଗଠନର ମାଣ୍ତିଆଢିପା ଗ୍ରାମ ପଞ୍ଚାୟତ ସଭାପତି ଅଛନ୍ତି । ପୂର୍ବରୁ ମଧ୍ୟ ଅନ୍ୟଚାଷୀଙ୍କ ରୟତି ଜମିରେ ଫସଲ ବୀମା ପ୍ରିମିୟମ ଜମା କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବାର ସୂଚାନା ମିଳିଛି । ଗତ ବର୍ଷ ମଧ୍ୟ ମରୁଡ଼ି ପଡିଥିବାରୁ ଲକ୍ଷ ଲକ୍ଷ ଟଙ୍କା ବୀମା ଟଙ୍କା ପାଇବା ଲକ୍ଷରେ ବାମଦେବ ସାହୁ ଓ ତାଙ୍କ ପୁତ୍ର ବେଦବର ସାହୁ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଅନ୍ୟ ଚାଷୀଙ୍କ ରୟତି ଜମିରେ ବୀମା ଟଙ୍କା ଜମା କରିଛନ୍ତି । ଏ ଖବର ପାଇବା ପରେ କେନାବୁଦା ଗ୍ରାମ ଚାଷୀ ସର୍ବଶ୍ରୀ କ୍ଷୀର ସାଗର ସାହୁ, ଦୀନବନ୍ଧୁ ସାହୁ, ଉକିଆ ସାହୁ, କୃଷ୍ଣ ସାହୁ ପାଇକମାଲ ଥାନାରେ ରିପୋର୍ଟ ଦାଖଲ କରିଛନ୍ତି । ଚାଷୀମାନେ ଭକ୍ତବନ୍ଦୁ ଡୁଡୁକା, ମାଧବ ପୁରୋହିତ, ପାଣ୍ତବ ବିଶ୍ବାଳ, ଶୁଆଦେଇ ଭୋଇ, ବେଣୁଧର ସାହୁ, ପବିତ୍ର ସାହୁ, ଗୁଆଲେନ ସାହୁ, ଚକ୍ରଧର ସାହୁ, ଗଣେଷ ସାହୁ, ହୃଷିକେଶ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ବୁକ୍ରାମୁଣ୍ତା, କୁମୀର, କେନାବୁଦା, ମହାରାଣୀ ମେରୀପୁର, ମାଣ୍ତିଆଢିପାର ୫୦ରୁ ଅଧିକ ଚାଷୀଙ୍କ ବୀମା ଟଙ୍କା ହଡ଼ପର ଯୋଜନା ହୋଇଥିବା ଜଣାଯାଇଛି । ବାମଦେବ ସାହୁ ଓ ତାଙ୍କ ପୁତ୍ର ବେଦବର ସାହୁଙ୍କୁ ୪୨୦ ଦଫାରେ ତୁରନ୍ତ ଗିରଫ ନକଲେ ଚାଷୀମାନେ ଥାନାରେ ଧାରଣା ଦେବାର ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!