oum

୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି

jsm

ପାରାଦ୍ୱୀପ : ପାରାଦ୍ୱୀପ ସମୁଦ୍ରରୁ ଧରାପଡ଼ିଥିବା ୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଓ କଲିକତାର ଜଣେ ମାଛ ବ୍ୟବସାୟୀ ଏହି ମାଛକୁ ୧୭ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି । ମାଛଗୁଡିକୁ ବରଫ ଦିଆଯାଇ ରଖାଯାଇଛି । ଖୁବଶୀଘ୍ର ଏହା କଲିକତା ପଠାଯିବ ବୋଲି ବ୍ୟବସାୟୀ ଜଣକ କହିଛନ୍ତି ଓ ଏବେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟ ଯୋଗୁଁ ସମୁଦ୍ରକୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି । ଏଣୁ ବୋଟଗୁଡିକ ଗଭୀର ସମୁଦ୍ରରେ ମାଛ ଧରୁଛନ୍ତି । ନେହେରୁ ବଙ୍ଗଳା ମାଛଧରା ବନ୍ଦରରୁ ଯାଇଥିବା ଏକ ବୋଟ ରବିବାର ମାଛ ଧରୁଥିବା ବେଳେ ଜାଲରେ ଏହି ବିରଳ ମାଛ ପଡିଥିଲା । ବିରଳ ପ୍ରଜାତିର ମାଛ ପଡିବା ପରେ ରବିବାର ରାତିରେ ବୋଟଟି ଫେରି ଆସିଥିଲା । ବୋଟ ପାରାଦ୍ୱୀପରେ ପହଞ୍ଚିବା ପରେ ମାଛଗୁଡିକୁ ନେହେରୁ ବଙ୍ଗଳାରୁ ଅଠରବାଙ୍କି ବାଲି ପ୍ଲଟ ଅଣାଯାଇ ନିଲାମ କରାଯାଇଥିଲ । କଲିକତାର ଜଣେ ମାଛ ବ୍ୟବସାୟୀ ୧୭ଟି ଯାକ ମାଛକୁ ୧୭ ଲକ୍ଷ ଟଙ୍କାରେ ନିଲାମ ଧରିଥିଲେ । ମାଛର ଅନ୍ତକୁ କାଢି ପ୍ୟାକିଂ କରାଯାଇ ଔଷଧ ପରୀକ୍ଷାଗାରକୁ ପଠାଯିବ । ମାଛକୁ କଲିକତା ବଜାରରେ ବିକ୍ରୟ କରାଯିବ ବୋଲି ବାଲିପ୍ଲଟର ମାଛ ବ୍ୟବସାୟୀ କହିଛନ୍ତି ।

Leave A Reply

Your email address will not be published.