csstore

ଉତ୍କଳ ବଣିକ ସଂଘ ଟିଟଲାଗଡ ଶାଖାର ସଦସ୍ୟଙ୍କ ରେଳବାଇ ମହାପ୍ରବନ୍ଧକଙ୍କ ସହ ସ୍ୱଜନ ମୂଳକ ସାକ୍ଷାତ ସହ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରମୁଖତାର ଉପସ୍ଥାପନ କରିବା ସହ ସମାଧାନର ଆଶ୍ୱାସନା ଦେଲେ ଜି ଏମ୍ । ଉତ୍କଳ ବଣିକ ସଂଘ, ଟିଟିଲାଗଡ଼ର ସମ୍ପୂର୍ଣ୍ଣ ଟିମ ଭୁବନେଶ୍ୱରରୁ ଆସିଥିବା ରେଳବାଇର ମହାପ୍ରବନ୍ଧକ (ଜିଏମ୍) ମହୋଦୟଙ୍କ ସହ ସ୍ୱଜନ ମୂଳକ ସାକ୍ଷାତ କରିଥିଲେ । ଟିମ୍ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ହାର୍ଦ୍ଦିକ ସ୍ୱାଗତ, ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଯାଇଥିଲା । ସାକ୍ଷାତକାର ସମୟରେ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ଜନହିତ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ତାଙ୍କ ସମ୍ମୁଖରେ ପ୍ରମୁଖତାର ସହ ଉପସ୍ଥାପନ କରାଯାଇଥିଲା । ପ୍ରମୁଖ ଦାବିଗୁଡ଼ିକ ହେଉଛି ରାଧା-କୃଷ୍ଣ ମନ୍ଦିର ନିକଟସ୍ଥ ଅଣ୍ଡରବ୍ରିଜ୍‌ର ଉଭୟ ପାର୍ଶ୍ୱରେ ଉଚ୍ଚମାନର ଆଲୋକ ବ୍ୟବସ୍ଥା କରାଯାଉ, ଇସ୍ପାତ ଏକ୍ସପ୍ରେସ୍‌ର ଲଗାତାର ବିଳମ୍ବରେ ଚଳାଚଳ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ, ଟିଟିଲାଗଡ଼ ଷ୍ଟେସନରେ ମାଲବାହୀ ଟ୍ରେନ୍‌ଗୁଡ଼ିକୁ ପ୍ଲାଟଫର୍ମ ୧ ଓ ୨ରେ ରଖାଯାଉଥିବାରୁ ଯାତ୍ରୀବାହୀ ଏବଂ ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକୁ ପ୍ଲାଟଫର୍ମ ୪ ଓ ୫କୁ ପଠାଯାଉଛି । ଯାହା ଯାତ୍ରୀମାନଙ୍କ ପାଇଁ ଅସୁବିଧାଜନକ । ଏହି ବ୍ୟବସ୍ଥାରେ ସୁଧାର କରାଯାଉ । ହାଟପଦାପଡ଼ା ପୁରୁଣା ଫାଟକ ନିକଟରେ ଏଭଳି ଏକ ଅଣ୍ଡରବ୍ରିଜ୍ ନିର୍ମାଣ କରାଯାଉ, ଯେଉଁଥିରେ ଅତି କମ୍‌ରେ ଅଟୋ ଓ ଦୁଇଚକିଆ ଯାନ ସହଜରେ ଯାତାୟତ କରିପାରିବ । ରେଳବାଇ ରେକ୍ ପଏଣ୍ଟକୁ ଶୀଘ୍ର ପୁନଃ ଆରମ୍ଭ କରାଯାଉ, ଯାହାଦ୍ୱାରା ସ୍ଥାନୀୟ ବ୍ୟବସାୟୀ, ଟ୍ରକ୍ ମାଲିକ, ଶ୍ରମିକ ଏବଂ ହମାଲମାନଙ୍କୁ ରୋଜଗାର ଓ ଆୟର ଉତ୍ତମ ସୁଯୋଗ ମିଳିବ । ସକାରାତ୍ମକ ପଦକ୍ଷେପର ଆଶ୍ୱାସନା ଦେଇଛନ୍ତି ମହାପ୍ରବନ୍ଧକ । ଉତ୍କଳ ବଣିକ ସଂଘର ପୂର୍ଣ୍ଣ ବିଶ୍ୱାସ ଯେ, ମହାପ୍ରବନ୍ଧକ ମହୋଦୟ ଜନହିତ ଏବଂ ବ୍ୟବସାୟୀ ହିତ ସହ ଜଡ଼ିତ ଏହି ବିଷୟଗୁଡ଼ିକ ଉପରେ ସକାରାତ୍ମକ ପଦକ୍ଷେପ ନେଇ ଶୀଘ୍ର ସମାଧାନ ଦିଗରେ ଆବଶ୍ୟକ କାର୍ଯ୍ୟ କରିବେ । ଏହି ସଫଳ ପ୍ରତିନିଧି ମଣ୍ଡଳରେ ସାମିଲ ହୋଇଥିବା ସମସ୍ତ ପଦାଧିକାରୀ ଓ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସଭାପତି ରାଜେଶ୍ ପ୍ରଧାନ ।

jayashree
Leave A Reply

Your email address will not be published.