ମମତା ସରକାରଙ୍କୁ ଆଉ ଏକ ଝଟକା : ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ବର୍ଷ ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୁଳ କଂଗ୍ରେସ କ୍ରମାଗତ ଭାବେ ପ୍ରତିବନ୍ଧକ ସାମ୍ନା କରି ଆସୁଛି। ମଙ୍ଗଳବାର ଦିନ ମମତା ସରକାରର ଆଉ ଜଣେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍‌ ଲକ୍ଷ୍ମୀ ରତନ ଶୁକ୍ଲା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଲକ୍ଷ୍ମୀ ରତନ ଶୁକ୍ଲାଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗ୍ରହଣ କରିଛନ୍ତି ।

ଲକ୍ଷ୍ମୀ ରତନ ଶୁକ୍ଲା ବେଙ୍ଗଲ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ । କିନ୍ତୁ ମଙ୍ଗଳବାର ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ତେବେ ସେ ବର୍ତ୍ତମାନ ତୃଣମୁଳ କଂଗ୍ରେସର ଜଣେ ସାଧାରଣ ବିଧାୟକ । ଯଦି ବିଭି‌ନ୍ନ ଉତ୍ସଗୁଡିକ ବି‌ଶ୍ୱାସ କରାଯାଏ, ତେବେ ଲକ୍ଷ୍ମୀ ରତନ ଶୁକ୍ଲା ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଛନ୍ତି । ସେ ମଙ୍ଗଳବାର ଦିନ ମନ୍ତ୍ରୀ ପଦ ବ୍ୟତୀତ ହାୱାରର ଟିଏମସି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.