om academy

ପଶ୍ଚିମବଙ୍ଗ ବିଜେପି ନେତୃତ୍ୱରେ ପରିବର୍ତ୍ତନ ହେବ ନାହିଁ, ଦିଲୀପ ଘୋଷ ରାଜ୍ୟ ସଭାପତି ରହିବେ

jsm

କୋଲକାତା : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ ଶନିବାର ଦିନ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ଦିଲୀପ ଘୋଷ ଦଳର ରାଜ୍ୟ ସଭାପତି ରହିବେ । ଏହା ସହିତ ବିଜୟଭର୍ଗିଆ ଗଣମାଧ୍ୟମ ରିପୋର୍ଟରେ ଦିଲୀପ ଘୋଷଙ୍କ ପଦରୁ ହଟାଇ ଦିଆଯିବା ଖବରକୁ ଭୁଲ ବୋଲି ପ୍ରକାଶ କରିଛ‌ନ୍ତି ।

ସେ କହିଛ‌ନ୍ତି ଯେ, ଗଣମାଧ୍ୟମର ଏକ ବିଭାଗରେ ଖବର ଆସିଥିଲା ​​ଯେ ନିର୍ବାଚନ ପୂର୍ବରୁ ଦିଲୀପ ଘୋଷଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇପାରେ । ବିଜୟଭର୍ଗିଆ ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ଘୋଷଙ୍କ ଅପସାରଣର କୌଣସି ପ୍ରଶ୍ନ ଉଠୁନାହିଁ ।

Leave A Reply

Your email address will not be published.