csstore

ଅଲ୍‌ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ରାମପୁର ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ଦ୍ବିତୀୟ ଦିବସରେ ମା’ ଘଣ୍ଟାଶୁଣି ଅଲ୍‌ ଓଡ଼ିଶା ମହିଳାମାନଙ୍କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ରାମପୁର ଓ ଚିତଲପଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧-୧ ପ୍ଲାଣ୍ଟିକରେ ରାମପୁର ବିଜୟୀ ହାସଲ କରିଥିଲା । ପୁରୁନ୍ଧର ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ଡୋଳାମଣି ଥପା ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜେଡି ଯୁବ ସମ୍ପାଦକ ନିଲୁ ମହାନନ୍ଦ, ଦୁର୍ଲ୍ଲଭ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଲାଇନସ୍‌ମେନ ଭାବେ ବିକି ଜୀ ନାଗ, ରାଜେଶ ପୋଡ଼, ରେଫରି ବିନୋଦ ବିହାରୀ ବେହେରା ଦାୟିତ୍ୱ ଗ୍ରହଣ କରିଥିଲେ । ଅଜିତ ହାତୀ, ବିଶି କେଶନ ରଣା, ବବଲୁ ବେହେରା, ସୁଶାନ୍ତ ବେହେରା, ଉତ୍ତମ ରଣା, ଅଜିତ ବେହେରା, ପ୍ରସାଦି ରଣା, କୁନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.