ଲଗାଣ ବର୍ଷାରେ ବେହାଲ ଆଗଲପୁର ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ : ଉତ୍ତାଲି ଜୋର ପୋଲ ଉପରେ ବହିଲା ୫ଫୁଟ ର ପାଣି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁରଠାରୁ ଚେରୁପାଲିକୁ ଯାଇଥିବା ରାଜପଥର ଆଗଲପୁର ପୋଲ ଉପରେ ଗତକାଲି ଦିନ ଗୋଟାଏ ପରେ ହଠାତ ପାଣି ବହିବା ଆରମ୍ଭ କରିଥିଲା । ୫ଫୁଟର ପାଣି ଯାଉଥିବାବେଳେ ସନ୍ଧ୍ୟା ବେଳକୁ ପାଣି ୧୦ ଫୁଟ ଉପରେ ରହିଥିବା ଦେଖାଯାଉଥିଲା । ଫଳରେ ରାସ୍ତାର ଉଭୟ ପଟରେ ଗାଡି ଅଟକି ରହିଥିବାର ଦେଖା ଯାଉଥିଲା । ଚାଷ ଜମିଗୁଡିକ ମଧ୍ୟ ସବୁ ବୁଡି ରହିଛି ସମଗ୍ର ଆଗଲପୁର ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ସେପଟେ ରୋତ ଗ୍ରାମରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ଜଳମଗ୍ନ ହୋଇଛି ।

Leave A Reply

Your email address will not be published.