oom

ବଲାଙ୍ଗିର ଜିଲ୍ଲା ସବୁଠାରୁ ଉତପ୍ତ ସହର

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଆଜି ଦୁଇଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୦.୬ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ସବୁଠାରୁ ଉତପ୍ତ ଜିଲ୍ଲା ହୋଇଛି । ସେହିପରି ବୌଦ୍ଧ ଜିଲ୍ଲାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବାଲେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୩୫.୨, କଟକରେ ୩୭.୮, ପାରାଦୀପରେ ୩୨.୨, ଭୁବନେଶ୍ୱରରେ ୩୬.୨, ଗୋପାଳପୁରରେ ୩୧.୦, ପୁରୀରେ ୩୨.୬, ଅନୁଗୁଳରେ ୩୮.୭, ବାରିପଦାରେ ୩୭.୫, ଝାରସୁଗୁଡ଼ାରେ ୩୯.୨, କେନ୍ଦୁଝରରେ ୩୬.୭ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି ।

କେନ୍ଦୁଝରରେ ୩୬.୭, ସମ୍ବଲପୁରରେ ୩୯.୧, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୯, ତାଳଚେରରେ ୩୮.୦, ଭବାନୀପାଟଣାରେ ୩୯.୪, କୋରାପୁଟରେ ୩୬.୫, ଫୁଲବାଣୀରେ ୩୭.୬, ଟିଟିଲାଗଡ଼ରେ ୩୯.୬, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୨, ଦାରିଙ୍ଗବାଡ଼ିରେ ୩୫.୫, ନୟାଗଡ଼ରେ ୩୯.୦, ଛତ୍ରପୁରରେ ୩୨.୦, ପାରଳାଖେମୁଣ୍ଡିରେ ୩୫.୫, ରାୟଗଡ଼ାରେ ୩୬.୧, ଭଦ୍ରକରେ ୩୭.୬ ଓ ଯାଜପୁରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅପରପକ୍ଷରେ ରାଜ୍ୟ ମଧ୍ୟକୁ ପଶ୍ଚିମ ତଥା ଉତ-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଉତପ୍ତ ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପୂର୍ଣ୍ଣ ଶୀତଳ ବାୟୁର ପ୍ରବାହ ଧୀରେ ଧୀରେ ବୃଦ୍ଧି ଘଟୁଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଗ୍ରୀଷ୍ମ ପ୍ରବାହର ପ୍ରକୋପ କମିବା ସହ କିଛି ଅଂଚଳରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତପ୍ତ ବାୟୁମଣ୍ଡଳ ସଂପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା ସୃଷ୍ଟି କରିବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.