ଆତ୍ମନିଯୁକ୍ତି ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୁରୋମୁଣ୍ଡା ଗ୍ରାମର କମ୍ୟୁନିଟି ସେଣ୍ଟର ଠାରେ ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ଶାଖା ଦ୍ୱାରା ଆୟୋଜିତ ସାଧାରଣ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଥିବା ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମଟି ଡାଇରେକ୍ଟର ଚୁଲେଶ୍ୱରୀ ଦାଶଙ୍କ ନିର୍ଦ୍ଦେଶ ଅନୁସାରେ ତଥା ବରିଷ୍ଠ ପ୍ରଶିକ୍ଷକ ସତ୍ୟବ୍ରତ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିବସରେ ରିଜର୍ଭ ବ୍ୟାଙ୍କ ଟପ୍ନୋ ମ୍ୟାଡମଙ୍କ ସହ ଏଫ୍‌ଏଲ୍‌ସି ଦିଲ୍ଲୀପ କୁମାର ମିଶ୍ର, ପ୍ରଶିକ୍ଷକ ସତ୍ୟଜିତ ନାଏକ ତଥା ବୁରୋମୁଣ୍ଡାର ୱାର୍ଡ ସଭ୍ୟା ଶ୍ରୀମତୀ ଦୁର ତାଣ୍ଡି ଓ ଶ୍ରୀମତୀ ଦିପ୍ତିମୟୀ ମଲ୍ଲିକ ଉପସ୍ଥିତ ଥିବା ସୂଚନାରୁ ପ୍ରକାଶ । କାର୍ଯ୍ୟକ୍ରମଟି ସିଆର୍‌ସି ବିଜୁଳି ଦାଶ, ଗରୁଡଧ୍ଵଜ ତାଣ୍ଡି, ଶାନ୍ତନୁ କୁମାର ନନ୍ଦ, କୁଶଧ୍ୱଜ ସୁନା ଓ ରବି କୁମ୍ଭାର ପ୍ରମୁଖଙ୍କ ସହଯୋଗରେ ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ପରିଶେଷରେ ବରିଷ୍ଠ ପ୍ରଶିକ୍ଷକ ସତ୍ୟବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିବା ପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଉଦ୍‌ଯାପିତ ହୋଇଥିଲା । ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ଶାଖା ଦ୍ୱାରା ଆୟୋଜିତ ମହିଳା ସଶକ୍ତିକରଣର ଏହିଭଳି ଆତ୍ମନିଯୁକ୍ତି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.