oom

ମା’ ଲଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ତୁକଲା ଟିମ୍ ଚାମ୍ପିୟନ

jsmm

ଖଡ଼ିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗ୍ରାମ ପଞ୍ଚାୟତର ଚାନ୍ଦେଲ ଗ୍ରାମର କ୍ରିକେଟ ଅନୁଷ୍ଠାନ ତରଫରୁ ମା’ ଲଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ୍‌ ତୁକଲା ଦଳ ଏବଂ ମାଲପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତୁକଳା ଦଳ ବିଜୟ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ତୁକଲା ଦଳ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୭ ୱିକେଟ ହରାଇ ୧୭୫ ରନ୍‌ କରିଥିଲା । ଜବାବରେ ପ୍ରତିପକ୍ଷ ମାଲପଡା ଦଳ ୧୬୩ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା । ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଭାବରେ ବିଟୁନ ହୋତା ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବରେ ମଣ୍ଡୁ ପଟେଲଙ୍କୁ ପୁରସ୍କୃତ କରାଯାଇଥିଲା । ବେଦ ମଲ୍ଲିକ ଓ ଅମ୍ବି ପ୍ରସାଦ ବାଗ ଖେଳ ପରିଚାଳନା କରିଥିଲେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଶିଷ୍ଟ ଅତିଥି ଭାବରେ ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ସମାଜସେବୀ ଅକ୍ଷୟ ନନ୍ଦ ଯୋଗଦେଇ ଗ୍ରାମାଞ୍ଚଳରେ ଏହିପରି ଟୁର୍ଣ୍ଣାମେଣ୍ଟ ସବୁ ଆୟୋଜନ ହେଲେ ଖେଳାଳିମାନେ ଭବିଷ୍ୟତରେ ରାଜ୍ୟ ଓ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ପାରିବେ ବୋଲି ଆଶା ପୋଷଣ କରିଥିଲେ । ଗଜପତି ବାଗ, ପ୍ରେମ କୁମାର ମଲ୍ଲିକ, ଝଜେନ୍ଦ୍ର ଦଣ୍ଡସେନା, ବିଜୟ ବେହେରା, ଦେବେନ୍ଦ୍ର ଦଣ୍ଡସେନା, ଗୁପ୍ତେଶ୍ଵର ଦଣ୍ଡସେନା, ନିଲୁ ଦଣ୍ଡସେନା, ନୀଳମଣି ଦଣ୍ଡସେନା, ବିଷ୍ଣୁ ମଲ୍ଲିକ, ଶୋଭିତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.