ls

ଝୁଲୁଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ସ୍ଥିତ ତେରାପନ୍ଥ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କ ବେକରେ ରସି ଲାଗି ଝୁଲୁଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ସୋମନାଥ ମିଶ୍ର ଟିକ୍ରାପଡାବାସିନ୍ଦା ବୋଲି ଜଣା ପଡ଼ିଛି । ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜକୁ ପଠାଇଛି । ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ସୋମନାଥ ମାନସିକ ଚାପରେ ରହୁଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ଗତକାଲି ରାତିରେ ହଠାତ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିଁ ।

pc pk
Leave A Reply

Your email address will not be published.