oom

ରୁଷୁଡା ବ୍ରିଗେଡ ସ୍କୁଲର ନୂତନ କୋଠା ଉଦ୍‌ଘାଟିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ରୁଷୁଡା ସ୍ଥିତ ଓଡିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ନୂତନ କୋଠାର ଶୁଭ ଉଦ୍‌ଘାଟନ ତଥା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁଷୁରା ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଏକ କୁଣ୍ଡୀୟ ଗାୟତ୍ରୀ ଯଜ୍ଞକୁ କର୍ତ୍ତା ରାଜେଶ କୁମାର ସାହୁ ସପତ୍ନୀକ ସମ୍ପାଦନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଟୁକୁ ମାଝୀ ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିବାବେଳେ ସହକାରୀ ଶିକ୍ଷକ ମନୋଜ ସାହୁ ସଭା ସଞ୍ଚାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟପୁରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରମେଶ ବଂଶଲ ଯୋଗ ଦେଇଥିବାବେଳେ ତାଙ୍କ ଧର୍ମପତ୍ନୀ କୋମଲ ବଂଶଲ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ, ଧର୍ମ ସଂସ୍କାରକ ତଥା ସମାଜସେବୀ ରାଧାରମଣ କେଡିଆ ଏବଂ ତାଙ୍କ ଧର୍ମପତ୍ନୀ ଉଷା କେଡିଆ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ପିଙ୍କୁ କୁମାର ଅଗ୍ରୱାଲ, ସଂଜୟ ଗୁପ୍ତା, ଜଗଦୀଶ ପ୍ରସାଦ କେଡିଆ, ଭକ୍ତ ଦୟାଲ କେଡିଆ, ବିଭୋର କେଡିଆ, ଭାବନା କେଡିଆ, ସାଉଁରିଆ ଜୈନ, ପ୍ରଭା କେଡିଆ, ମୀରା କେଡିଆ, ସନ୍ତୋଷ କେଡିଆ, ସୁଧାକର ପ୍ରଧାନ, ଦେବରାଜ ସାହୁ, ତେଜରାଜ ମାଝୀ, ବିଶ୍ୱଲାଲ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଭୂମିଦାତ୍ରୀ ଦ୍ରୌପଦୀ ମାଝୀ ଏବଂ ତାଙ୍କ ନାତୁଣୀବଧୂ ସାବିତ୍ରୀ ମାଝୀଙ୍କୁ ଅନୁଷ୍ଠାନ ତରଫରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉଚ୍ଛବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭା ଶେଷରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ଖୁସି ବ୍ୟକ୍ତ କରି ପୁଣି ଏକ ନୂତନ କୋଠା ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ଦୀପକ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.