oom

ହୋମ୍ ଆଣ୍ଡ ହୋପ୍‌ଠାରେ ଥଣ୍ଡା ପାନୀୟ ଜଳ ଯନ୍ତ୍ର ୱାଟର୍‌କ୍ରାଫ୍ଟ୍‌ ଉଦ୍‌ଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ ସ୍ଥିତ ହୋମ୍‌ ଆଣ୍ଡ ହୋପ୍‌ଠାରେ ଥଣ୍ଡା ପାନୀୟ ଜଳ ଯନ୍ତ୍ର ୱାଟର୍‌କ୍ରାଫ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନାର ଖଣି ବିଭାଗ ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସ୍ୱର୍ଗତ ପିତା ରାଜେଶ୍ୱରୀ ରାୟ ଶର୍ମାଙ୍କ ସ୍ମୃତିରେ ଶ୍ରୀ ବର୍ମା ଏକ ଥଣ୍ଡା ପାନୀୟ ଜଳ ଯନ୍ତ୍ର ୱାଟର୍‌କ୍ରାଫ୍ଟ୍‌ ଅନୁଷ୍ଠାନକୁ ଦାନ କରିଥିଲେ । ଏହି ଯନ୍ତ୍ରକୁ ଶ୍ରୀ ବର୍ମାଙ୍କ ମାତା ସନ୍ଧ୍ୟା ବର୍ମା ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବର୍ମାଙ୍କ ଭଉଣୀ ଅଳକା ବର୍ମା, ସହଧର୍ମିଣୀ ନମ୍ରତା ବର୍ମା, ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାସ, ପ୍ରତିଭା ଜେନା, ପି. କେ. ରାୟ, ଜ୍ୱାଲା ମହାପାତ୍ର, ୱାଟର୍‌କ୍ରାଫ୍ଟ୍‌ର ନିର୍ଦ୍ଦେଶିକା ନିହାରିକା ବସ୍ତିଆ, ଜିତେନ୍ଦ୍ର କୁମାର ବସ୍ତିଆ, ମୃତ୍ୟୁଞ୍ଜୟ ଦାସ, ସୁବାସ ପାତ୍ର, ସୁନିଲ ଲୁଗୁନ, ସରୋଜ କୁମାର ମହନ୍ତ, ସୋମନାଥ ସାହୁ, ବିଶ୍ୱନାଥ ରାଉତ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଅତିଥିମାନେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.