ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୦୨୨-୨୩ ବର୍ଷର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗଙ୍କ ସଭାପତିତ୍ବରେ ଇଂରାଜୀ ଅଧ୍ୟାପକ ଦେବଦତ୍ତ ଗୁରୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଗିରିଗୋବର୍ଦ୍ଧନ ବିଶ୍ଵାଲଙ୍କ ପରିଚାଲନାରେ ଅନୁଷ୍ଠିତ ଆତ୍ମସୁରକ୍ଷା ତାଲିମ ଶିବିରରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଯୋଗଦେଇ ସହଯୋଗ କରିଥିଲେ । ପ୍ରଶିକ୍ଷିକା ମାନସୀ ମଲ୍ଲିକ ଏବଂ ସୀମା ମଲ୍ଲିକ ଯୋଗଦେଇ ସୋମବାର ଦିନରୁ ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଆଠଦିନ ତାଲିମ ପ୍ରଦାନ କରିବେ । ପରିଶେଷରେ ଓଡିଆ ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀର ସର୍ବମୋଟ ୧୪୦ଜଣ ଛାତ୍ରୀ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ ।