
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭଉଣୀମାନେ ସାରା ନିର୍ଜଳା ଉପବାସ ରହି ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ତେବେ ଆସନ୍ତାକାଲି ସକାଳୁ ଭଉଣୀମାନେ ଭାଇମାନଙ୍କୁ ଦୁବ ଚାଉଳ ଉତାରିବା ପରେ ଏହି ବ୍ରତ ସମାପନ ହେବ ।
