centurian jitm

ଶିଶୁ ସୁରକ୍ଷା ୟୁନିଟର ତାଲିମ : ଶିଶୁ ଯତ୍ନ ଅନୁଷ୍ଠାନରୁ ଶିଶୁଙ୍କ ପାରିବାରିକ ପୁନଃ ମିଶ୍ରଣ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଆରଏସ୍‌ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟଠାରେ ଏକ ଦୁଇ ଦିନିଆ ଶିଶୁ ଯତ୍ନ ଅନୁଷ୍ଠାନରୁ ଶିଶୁଙ୍କ ପାରିବାରିକ ପୁନଃ ମିଶ୍ରଣ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସନ୍ଥଲାନ ଦୀପ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ତାଲିମ ଶିବିରକୁ ଉଦ୍‌ଘାଟନ କରିଥିଲେ । ତାଲିମ ଶିବିରରେ ସିଆରଏସ୍‌ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଉପସ୍ଥିତ ଶିଶୁ ସୁରକ୍ଷା ସମୂହର କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଜଣାଇ ସିଟିଡବ୍ଲୁଡବ୍ଲୁସି ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ତାଲିମରେ ଶିଶୁ ମଙ୍ଗଳ କମିଟିର ଚେୟାରମ୍ୟାନ ଯୋଗେଶ୍ୱର ମହାନ୍ତି ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ଭୂମିକା ଉପରେ ଆଲୋକପାତ କରିବା ସହ ପାରିବାରିକ ପୁନଃ ମିଶ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜଣାଇଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟର ଶିଶୁ ଯତ୍ନ ଅନୁଷ୍ଠାନର ସୁରକ୍ଷା ଅଧିକାରୀ ଚୂଡାମଣି ପଣ୍ଡା ଶିଶୁ ଯତ୍ନ ଅନୁଷ୍ଠାନରୁ ଶିଶୁଙ୍କ ପାରିବାରିକ ପୁନଃ ମିଶ୍ରଣର ପ୍ରକ୍ରିୟା ଉପରେ ଜଣାଇଥିଲେ । ତାଲିମ ଶିବିରରେ ଅଣ ଅନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ମିଶନ ବା ସଭ୍ୟର ନିୟମାବଳୀ ଉପରେ ଜଣାଇବା ସହ ପଶ୍ଚାତ କାର୍ଯ୍ୟକ୍ରମ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ, ଚାଇଲ୍ଡ ଲାଇନ ପାଇଁ ଏକ ଖସଡା ପ୍ରସ୍ତୁତ କରି ଜଣାଇଥିଲେ । ଏହି ଶିବିରରେ ଶିଶୁ ମଙ୍ଗଳ ସମିତିର ଡ. ଗୋଦାବରିଶ ରଥ, ବିରଞ୍ଚି ବହିଦାର, ନନ୍ଦି କିଶୋର ଷାଣ୍ଢ, ସୁନିତା ତ୍ରିପାଠୀ ମତାମତ ପ୍ରଦାନ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାମୂହିକ ସହଯୋଗ ଅପରିହାର୍ଯ୍ୟ ବୋଲି ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ତାଲିମ କାର୍ଯ୍ୟକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.

error: Content is protected !!