ଲୋକଗୀତରେ ନୂଆଁଖାଇକୁ ସ୍ୱାଗତ କଲା ଦେବଗିରି

ଭବାନୀପାଟଣା: ମହାନ ଗଣପର୍ବ ନୂଆଁଖାଇକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ କଳାହାଣ୍ଡି ଥିଏଟର୍ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଲୋକଗୀତ ଲାଇଭ୍‌’ ସମାରୋହ । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସିଧାପ୍ରସାରଣ କରାଯାଇଥିବା ଏହି କାର୍ୟ୍ୟକ୍ରମରେ କଳାହାଣ୍ଡି ସମେତ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକଗୀତ ଗାନ କରାଯାଇଥିଲା । ସମାରୋହକୁ କବି ସକିତ ରତେ, କବି ଭବାନୀଶଙ୍କର ନିଆଲ ଓ ଗାଳ୍ପିକ ସୁକାନ୍ତ ସାହୁ ଅନ୍‌ଲାଇନ୍‌ରେ ଉଦ୍‌ଘାଟନ କରିଥିବା ବେଳେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ବୈଷୟିକ ସଂଯୋଜନା କରିଥିଲେ । ଏଥିରେ କଣ୍ଠଶିଳ୍ପୀ ଲିପ୍‌ସା ମହାରଣା, ସାବିତ୍ରୀ ମହାରଣା ଓ ଡିଲେଶ୍ୱର ରଣା ଲୋକଗୀତ ଗାଇଥିବା ବେଳେ ସୁଶାନ୍ତ ପ୍ରଧାନୀ, ଶୁଭମ୍ ପ୍ରଧାନ, ସୁପ୍ରଭାତ ଚଲାନ୍ ଓ ମହାଦେବ ଭାଟି ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ପଙ୍କଜ ତାଣ୍ଡେ, ସୁକନ୍ୟା ଦାସ, ଦକ୍ଷ ସାହୁ, ଭୋଳାପ୍ରସାଦ ନାଗ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ଗ୍ରାମରୁ ଆରମ୍ଭ ହୋଇଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ କଳା ସଂସ୍କୃତି, ନାଟକ, ସାହିତ୍ୟ, ସଂଗୀତ ଆଦି କ୍ଷେତ୍ରରେ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି ଏବଂ ସଂପ୍ରତି କରୋନା ମହାମାରୀ ସମୟରେ ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ୟ୍ୟକ୍ରମ ଜାରି ରଖିଛି । ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଏଭଳି ଅନେକ କାର୍ୟ୍ୟକ୍ରମ ଆୟୋଜନ କରାଯିବ ବୋଲି ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.