ବାଇକ ଓ ସାଇକଲ ଧକ୍କା : ୩ ଆହତ

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ତା ରାସ୍ତାର ଖଟଖଟିଆ ଠାରୁ ଜାଲପାଲି ମଝିରେ ସାଇକେଲ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ସୋନପୁର ଜିଲ୍ଲା ଗଇଲଗୁଡ଼ି ଗ୍ରାମର ସତ୍ୟ ନାରାୟଣ ଭୋଇ ଓ ଯତୀନ ଭୋଇ କଣ୍ଟାମାଳରୁ ସୋନପୁର ଆସୁଥିବା ବେଳେ ଖଟଖଟିଆ ନିକଟରେ ଏକ ସାଇକଲ ସହ ଧକ୍କା ହୋଇଥିଲା । ଫଳରେ ବାନ୍ଧନଝୁଲି ଗ୍ରାମର ସାଇକେଲ ଆରୋହୀ ଏବଂ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିବା ଜଣାଯାଇଛି । ତେବେ ବାଇକର ଲାଇଟ ଜଳୁନଥିବାରୁ ଏପରି ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.