କବି ଚତୁର୍ଭୁଜ ସାଆନ୍ତ ସୁରତା ସଭା ଆଭାସୀ ମାଧ୍ୟମରେ ଆୟୋଜିତ

ପାଟଣାଗଡ, (ଗୋରେଖନାଥ ବରିହା) : କୋସଲି ଡେରା ପାଟଣାଗଡ ତରଫରୁ ମହାନ କୋସଲି କବି, ଆଲୋଚକ ତଥା ସଂଗଠକ ଚତୁର୍ଭୁଜ ସାଆନ୍ତଙ୍କ ଜନ୍ମ ଦିନରେ ଏକ ସ୍ମୃତି ସଭା ଗୁଗୁଲ ମିଟରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସଂଜୟ କୁମାର ମିଶ୍ର ସଂଯୋଜନା କରିଥିଲେ । ରାମଭକ୍ତ ଫରିକାର, ଭିକାରୀ ମିଶ୍ର, ସାକେତ ଶ୍ରୀଭୁସଣ ସାହୁ, ଦିଲୀପ ପସାୟତ, ବ୍ରଜମୋହନ ମେହେର, ସନ୍ତୋଷ କୁମାର ଦାଶ, ସାବିତ୍ରୀ ସାହୁ, କ୍ଷିରୋଦ୍ର ସାହୁ, ଲିଙ୍ଗରାଜ ପୁଞ୍ଜି ପ୍ରମୁଖ କବିଙ୍କ ସ୍ମୃତି ଚାରଣ କରିଥିଲେ । କବିଙ୍କର ଅପ୍ରକାଶିତ ସାହିତ୍ୟିକ କୃତିକୁ ପ୍ରକାଶ କରି ପାରିଲେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା । ସାମ୍ବାଦିକ ସଂଦୀପ କୁଅଁର, କବି ବଲ୍ଲଭ ସାହୁ ଏ ଅବସରରେ ଯୋଗ ଦେଇଥିଲେ । ଶେଷରେ କୋସଲି ଡେରାର ସଂପାଦକ ଲାଲଚନ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.