lika

ଦାରିଙ୍ଗବାଡିରେ ୱାଚଟାୱାର୍ ସହ ମିନିପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ

gbag

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର ତଥା ଭୂସ୍ୱର୍ଗ ଭାବେ ଦାରିଙ୍ଗବାଡ଼ି ପରିଚିତ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡ଼ି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତଦିନ ହୋଇଗଲେ ଶୀତର ମଜା ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦାରିଙ୍ଗବାଡ଼ିକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଏପରିକି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗତବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିରେ ଇକୋରିଟ୍ରେଟ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ଏଭଳି ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଉ ଏକ ୱାଚଟାୱାର୍ ସହ ମିନି ପାର୍କ ନିର୍ମାଣ କରିବା ପାଇଁ ଦାରିଙ୍ଗବାଡି ବିଧାୟକ ସହ ପ୍ରଶାସନ ଆଗେଇ ଆସିଛନ୍ତି । ଦାରିଙ୍ଗବାଡ଼ିସ୍ଥିତ ସୁଲେକ ସରୁ ପାହାଡ଼ଠାରେ ୱାଚଟାୱାର୍ ସହ ମିନି ପାର୍କ ନିର୍ମାଣ ନିମନ୍ତେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ତତ୍ୱାବଧାନ କ୍ରମେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ରାଜସ୍ୱ ନିରୀକ୍ଷକ କେଦାର ସାହୁ, ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ସୁଲେକ ସରୁ ପାହାଡ଼ ଉପରେ ପହଂଚି ସ୍ଥାନ ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ଏହି ସୁଲେକ ସରୁ ପାହାଡ଼ ସନସେଟ ପଏଣ୍ଟ ପାଖରେ ରହିଛି । ଉକ୍ତ ପାହାଡ଼ରେ ୱାଚଟାୱାର୍ ନିର୍ମାଣ ହେଲେ ଦାରିଙ୍ଗବାଡ଼ି ଅଂଚଳ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବା ସହ ସୂର୍ଯ୍ୟଅସ୍ତ ସମୟର ମନୋରମ ଦୃଶ୍ୟ ଦେଖି ହେବ । ଏଥି ସହିତ ଦାରିଙ୍ଗବାଡ଼ିର ଚତୁଃପାର୍ଶ୍ୱରେ ରହିଥିବା ପାହାଡ଼ ପର୍ବତ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିହେବ । ବର୍ତମାନ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କରେ ଗୋଟିଏ ମାତ୍ର ୱାଚଟାୱାର୍ ରହିଛି । ହେଲେ ଦାରିଙ୍ଗବାଡ଼ି ଭଳି ପର୍ଯ୍ୟଟନ ସ୍ଥଳୀକୁ ଏହି ଗୋଟିଏ ୱାଚଟାୱାର୍ ଯଥେଷ୍ଟ ନଥିଲା । ଆଉ ଗୋଟିଏ ୱାଚଟାୱାର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

sandip
Leave A Reply

Your email address will not be published.