୪ ଦିନିଆ ଜ୍ଞାନଦାୟକ ବିଶାଳ ଆଧ୍ୟାତ୍ମିକ ସାମାବେଶ ରାଜଯୋଗ ଶିବିର ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ଶାଖା ଶାନ୍ତିକୁଣ୍ଡ କେନ୍ଦ୍ର ଆନୁକୂଲ୍ୟରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବୁଧବାର ୪ ଦିନିଆ ଜ୍ଞାନଦାୟକ ବିଶାଳ ଆଧ୍ୟାତ୍ମିକ ସାମାବେଶ ରାଜଯୋଗ ଶିବିର ଉଦଘାଟିତ ହୋଇଯାଇଛି । ୪ ଦିନିଆ ବ୍ରହ୍ମାକୁମାରୀ ସଂଗଠନର ଏହି ବିଶାଳ ରାଜଯୋଗ ଶିବିରକୁ ଆନ୍ତଃ-ରାଷ୍ଟ୍ରୀୟ ଅତିଥି ଖ୍ୟାତନାମା ଆଧ୍ୟାତ୍ମିକ ପ୍ରଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ବିଶାଳ କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ଶାଖା ଶାନ୍ତିକୁଣ୍ଡ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ସଂଯୋଜନା ଓ ପରିଚାଳନା କରିଥିଲେ । ଦୈନିକ ସକାଳ ଓ ସନ୍ଧ୍ୟାରେ ସୁମଧୁର ମନ୍ତ୍ରମୁଗ୍ଧ ଆଧ୍ୟାତ୍ମିକ ସଙ୍ଗୀତମୟ କାର୍ଯ୍ୟକ୍ରମ ଓ ପ୍ରବଚନ ବାଣୀ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ସାମାବେଶ ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଉଦଯାପିତ ହେବ ବୋଲି ଜଣାଯାଇଛି । ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ୱ ନିମନ୍ତେ ରାଜଯୋଗ ଶିକ୍ଷା ନିତାନ୍ତ ଆବଶ୍ୟକ ଏବଂ ମାନବ ସମାଜରେ ଶୃଙ୍ଖଳିତ ଆଚରଣ, ସଂଯମତା, ପରସ୍ପର ମଧ୍ୟରେ ସଦଭାବନା ଜାଗୃତି ହେଲେ ବିଶ୍ଵରେ ଶାନ୍ତି ମୈତ୍ରୀର ଆନୟନ ହେବ ବୋଲି ଆନ୍ତଃ-ରାଷ୍ଟ୍ରୀୟ ଅତିଥି ଖ୍ୟାତନାମା ଆଧ୍ୟାତ୍ମିକ ପ୍ରଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦି କହିଛନ୍ତି । ଏହି ବିଶାଳ ରାଜଯୋଗ ଶିବିରରେ ବ୍ରହ୍ମାକୁମାରୀ ସଙ୍ଗଠନ ଜରିଆରେ ଦୈନିକ ନୀତି ୧୦ ହଜାର ସଦସ୍ୟ ସଦସ୍ୟାଗଣ ଯୋଗଦେଇ ଆସୁଛନ୍ତି । ଆଧୁନିକ ଜଗତରେ ସମାଜରେ ଏକ ନୂତନ ଶୃଙ୍ଖଳିତ ସମାଜ ଏବଂ ପୃଥିବୀରେ ଶାନ୍ତିର ଆନୟନ ପ୍ରତିଷ୍ଠା ଦିଗରେ ଏହି କାର୍ଯ୍ୟକ୍ରମରେ ପଦକ୍ଷେପ ଗ୍ରହଣ କରାଯିବାର ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.