om academy

ଶ୍ୟାମ ଖୋସଲା ଥିଲେ ଭାରତୀୟ ସାମ୍ବାଦିକତା ଜଗତର ଉଜ୍ଜ୍ୱଳତମ ନକ୍ଷତ୍ର : ବ୍ରହ୍ମପୁରରେ ଅନୁଷ୍ଠିତ ଶୋକସଭାରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଶ୍ୟାମ ଖୋସଲା ଥିଲେ ଉଜ୍ଜ୍ୱଳତମ ନକ୍ଷତ୍ର ଥିଲେ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ଆୟୋଜିତ ସ୍ମୃତିସଭାରେ ଏନୟୁଜେଆଇର ପୂର୍ବତନ ସମ୍ପାଦକ ତଥା ଉପସଭାପତି ରବି ରଥ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦୀର୍ଘ ୫୦ ବର୍ଷ ଧରି ସ୍ୱର୍ଗତ ଖେସଲା ବିଭିନ୍ନ ଖବରକାଗଜରେ କାର୍ଯ୍ୟ କରିବା ସହ ଜାତୀୟ ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଦସ୍ୟ, ଇଣ୍ଡିଆନ ମିଡିଆ ସେଣ୍ଟର ଓ ପଞ୍ଚଦ୍‌ ଗବେଷଣା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇ ସଂଗଠନକୁ କ୍ରିୟାଶୀଳ କରାଇଥିଲେ । ସେ ଥିଲେ ଅତ୍ୟନ୍ତ କର୍ମଠ, ନୀତିନିଷ୍ଠ, ସଂଗ୍ରାମୀ, ବର୍ଷିୟାନ ସାମ୍ବାଦିକ, ବିଶିଷ୍ଟ ଶ୍ରମିକ ନେତା । ପ୍ରେସ୍‌ କାଉନସିଲର ଓ ସାମ୍ବାଦିକ ମଜୁରୀ ବୋଡର଼୍ର ସଦସ୍ୟ ଭାବେ କାର୍ଯ୍ୟକରି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଅହରହ ଉଦ୍ୟମ କରି ଆସୁଥିଲେ । ସାମ୍ବାଦିକତା ବୃତ୍ତିରେ ଅବକ୍ଷୟ ଧାରାକୁ ସେ ଅନବରତ ବିରୋଧ କରି ଆସିବା ସହ ସାମ୍ବାଦିକଙ୍କ ଲକ୍ଷ୍ୟ ଓ ଆଦର୍ଶ ବଜାୟ ରଖିବା ପାଇଁ ସେ ସବୁବେଳେ ଉଦ୍ୟମରତ ଥିଲେ । ଇଂରାଜୀ ଖବର କାଗଜ ଟ୍ରିବୁନରେ ସେ ବହୁବର୍ଷ ଧରି କାର୍ଯ୍ୟ କରିବା ସହ ଚଣ୍ଡିଗଡ଼ ପ୍ରେସ କ୍ଲବର ପ୍ରତିଷ୍ଠାତା ଥିଲେ । ୧୯୭୫ ଭାରତର ଜରୁରୀ ପରିସ୍ଥିତିରେ ଗଣତନ୍ତ୍ର ସୁରକ୍ଷା ପାଇଁ ଲଢେ଼ଇ କରି ୧୯ ମାସ ଧରି କାରାବରଣ କରିଥିଲେ । ସାମ୍ବାଦିକମାନଙ୍କ ପ୍ରେରଣାଦାତା ଭାବେ ସେ ସମସ୍ତଙ୍କୁ ଉତ୍ସାହିତ କରି ଆସୁଥିଲେ । ଖୋସଲାଙ୍କ ପରଲୋକ ହୋଇଯାଇଥିଲେ ମଧ୍ୟ ତାଙ୍କ ବିଚାରଧାରା ସବୁଦିନ ପାଇଁ ସାମ୍ବାଦିକମାନଙ୍କୁ ପ୍ରେରଣା ଯୋଗାଇ ଆସୁଥିବ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ । ପ୍ରଥମେ ସାମ୍ବାଦିକ ସୁଶାନ୍ତ କର ଶୋକ ପ୍ରସ୍ତାବ ଆଗତ କରି ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳବାୟୁ ବିଜ୍ଞାନୀ ଡ଼. ଡ଼ମ୍ବରୁଧର ସାହୁ, ବିଶିଷ୍ଟ ସମାଜସେବୀ ତଥା ଭଗବତ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଶିକ୍ଷକ ସଂଘର ନେତା ରାଜେନ୍ଦ୍ର ପଣ୍ଡା, ଶିକ୍ଷାବିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଗଞ୍ଜାମ ଆଇନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ସୁଦତ୍ତା ରଥ, ଆଡ଼ଭୋକେଟ ଅବନୀ ଗୟା, ପ୍ରଣବ ପଣ୍ଡା, ରଞ୍ଜନ କୁମାର ସାହୁ, ବି. ସତ୍ୟମ ଆଚାରୀ, ସମାଜସେବୀ ରାମକୃଷ୍ଣ ପାତ୍ର, ଏଚଏମଏସ ନେତା ସତ୍ୟ ନାରାୟଣ ତ୍ରିପାଠୀ, ସମାଜସେବୀ ଗଗନ ଚନ୍ଦ୍ର ମଲିକ, ନବୀନର ପ୍ରକାଶିକା ମଞ୍ଜୁ ରଥ, ପବିତ୍ର ଚୌଧୁର, ବିଶ୍ୱଦେବ ପ୍ରମୁଖ ସ୍ମୃତିଚାରଣ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ ।

Leave A Reply

Your email address will not be published.