jayashree

ଭବାନୀପାଟଣାରେ କିମ୍ସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‌ସେସ (କିମ୍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥାଏ । ଏଥିରେ ରୋଗୀମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ସହ କିମ୍ସକ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଦଲି ସ୍ଥିତ କିସ୍ ପରିସରରେ କିମ୍ସ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିରେ କିମ୍ସର ବିଭିନ୍ନ ବିଭାଗର ୧୦୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟର୍କମୀ ଯୋଗ ଦେଇଥିଲେ । ଶିବିରରେ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନାଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଭାରପ୍ରାପ୍ତ ସିଡିଏମ୍‌ଓ ନିହାରେନ୍ଦ୍ର ପଣ୍ଡା, ଆଇନଜୀବୀ ପ୍ରିୟରଞ୍ଜନ ବହିଦାର, ପ୍ରାଧ୍ୟାପକ ପ୍ରମୋଦ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସକାଳ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିବା ବେଳେ ଏହି ଶିବିରରେ ଅଞ୍ଚଳର ଶହ ଶହ ରୋଗୀ ଯୋଗ ଦେଇଥିଲେ । ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.