oum

ସମସ୍ୟା ଘେରରେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ଉଚ୍ଚ ଶିକ୍ଷା ବିଭାଗ ସବ୍‌ କମିଟିର ଏକ ଦଳ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ସରକାରୀ ମହିଳା ମହାବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ହେଲା ପରେ ଅଧ୍ୟକ୍ଷ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନରେ ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନର ସମ୍ମାନରେ ୩୨ଟି ଲେଖାଏଁ ସିଟ୍‌, ଉପାଧ୍ୟୁଇୟରେ ତିନୋଟି ବିଷୟରେ ଏ ବର୍ଷ ଖୋଲିଥିଲେ ମଧ୍ୟ ପ୍ରର୍ଯ୍ୟାପ୍ତ ପରିମାଣରେ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତି ନପାଇବା, ବିଜ୍ଞାନ ପ୍ରୟୋଗଶାଳା ଗୁଡିକ ତିଆରି ସରିଥିଲେ ମଧ୍ୟ ହସ୍ତାନ୍ତରିତ ହୋଇ ନାହିଁ । ହିନ୍ଦି, କମ୍ପ୍ୟୁଟର ଏସ୍‌ସି, ଶିକ୍ଷା ବିଭାଗ, ଜର୍ଣ୍ଣାଲିଜମ ଓ ମାସ କମ୍ୟୁନିକେସନ୍‌ରେ ଆଦୌ ଅଧ୍ୟାପକ ନାହାନ୍ତି । ୨୦୨୦ରୁ ମହିଳା ହଷ୍ଟେଲର ତିଆରି ସରିଥିଲେ ମଧ୍ୟ ହସ୍ତାନ୍ତରିତ ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ । ଶ୍ରେଣୀ ଗୃହର କବାଟ, ଝରକା ବନ୍ଦ ହେଉନଥିବାରୁ ପ୍ରାୟତଃ ମେଲା ରହୁଛି, କୋଠାଘରର କାନ୍ଥ ଭାଙ୍ଗି ଆଁ ହେଲାଣି, ରକ୍ଷଣାବେକ୍ଷଣର ଅଭାବ, ସେହିପରି ୬୧ ଜଣ ଅଧ୍ୟାପକଙ୍କ ସ୍ଥାନରେ ୩୫ ଜଣ ଓ ୩୨ ଜଣ ଅଣଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ମାତ୍ର ୯ ଜଣ । ପ୍ରାୟତଃ ଅତିଥି ଅଧ୍ୟାପକମାନଙ୍କୁ ନେଇ କଲେଜ ଚାଲିଛି । ଖେଳ ବିଭାଗ ମଧ୍ୟ ନାହିଁ । ଏଣୁ ନୂତନ ସରକାର ଏ ଦିଗରେ ଧ୍ୟାନ ଦେଇ ଉପଯୁକ୍ତ ସଂଖ୍ୟକ ଅଧ୍ୟାପକ ନିଯୁକତି କରନ୍ତୁ ଓ ବିଭିନ୍ନ ସମସ୍ୟାର ସମାଧାନ କରନ୍ତୁ ବୋଲି ନାଗରି କମିଟିର ସଭ୍ୟମାନେ ପ୍ରକାଶ କରିଛନ୍ତି । ଆଲୋଚନାରେ ନାଗରିକ କମିଟି କାର୍ଯ୍ୟକାରୀ ସଦସ୍ୟ ଋତୁରାଜ ସିଂ, ଶରତ ମହାକୁର ଏବଂ ସଭ୍ୟ ଦିବାକର ହୋତା ଭାଗ ନେଇଥିଲେ ।

Leave A Reply

Your email address will not be published.