p purohi

ଜାମଗାଁ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ସପ୍ତମ ଦିବସ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସପ୍ତମ ଦିବସରେ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ସଂସ୍କୃତ ଅଧ୍ୟାପକ ସି.ଭୋଇ ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସଂପାଦକ ଶିବ ପ୍ରସାଦ ଭଞ୍ଜ ଉପସ୍ଥିତ ଥିଲେ । ଅଧ୍ୟାପକ ମଧ୍ୟରେ ଏସ୍‌କେ ବିଶ୍ୱାଲ, ଏଚ୍‌ଏସ୍‌ ସ୍ୱାଇଁ, ଡି. ପଟେଲ ମଂଚାସିନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ସଂଗୀତ, ଏକକ ନୃତ୍ୟ, ଦଳ ନୃତ୍ୟ, ମ୍ୟୁଜିକ୍‌ ଚେୟାର ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦଳ ନୃତ୍ୟରେ ସୌଭାଗ୍ୟ ଷାଣ୍ଢ, ଝୁମି ସାହୁ, ଅଙ୍କିତା ସାଏ, ଟ୍ୱିଙ୍କିଲ ବେହେରା, ସରିତା ବେହେରା, ଶ୍ରଦ୍ଧାଞ୍ଜଳି ବେହେରା, ଶିତଲ, ଶିକା, ସୁନେଲି, ଏକକ ନୃତ୍ୟରେ ଅନେକ ପ୍ରତିଯୋଗୀ ମଧ୍ୟରେ ପୂଜା ନାଏକ ପ୍ରଥମ, ଟ୍ୱିଙ୍କିଲ ବେହେରା ଦ୍ୱିତୀୟ ଏବଂ ଅସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଠିକ୍‌ ସେହିପରି ମ୍ୟୁଜିକ ଚେୟାରରେ ୪୫ ଜଣ ଛାତ୍ରୀମାନଙ୍କ ମଧ୍ୟରୁ ଗୌରୀ ମହାକୁର ପ୍ରଥମ, ଦିପାଞ୍ଜଳି ରାଉତ ଦ୍ୱିତୀୟ ଏବଂ ଅସ୍ମିତା ସାହୁ ତୃତୀୟ ସ୍ଥାନ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କିରାଣୀ ପିତାମ୍ବର କର୍ମୀଙ୍କ ନିର୍ଦ୍ଦେଶନାରେ ଦୁଇଟି ପଥପ୍ରାନ୍ତ ନାଟକ ଯଥା ମୁଁ ଟଢେଇ ନୁହେଁ ଓ ମୁଁ ମଦୁଆ ପରିବେଷଣ ହୋଇଥିଲା । ବିଦ୍ୟାଳୟର ସମସ୍ତ କର୍ମଚାରୀ, କ୍ରୀଡା ଶିକ୍ଷକ ଅଶୋକ କୁମାର ଭଞ୍ଜ ଓ ଛାତ୍ରଛାତ୍ରୀମାନେ ସମ୍ପୁର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମଟି ସମ୍ପୁର୍ଣ୍ଣ ରୂପେ ସାଫଲ୍ୟ ମଣ୍ଡିତ ହୋଇଥିଲା ।

nrusinghnath
Leave A Reply

Your email address will not be published.