oom

କଳାକାର ସମ୍ମାନ ସମାରୋହ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଦିଗଦର୍ଶନ ୟୁଥ୍‌ କ୍ଳବ ପକ୍ଷରୁ କଳାକାର ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଆରମ୍ଭ ଅବସରରେ ଗଞ୍ଜାମ ସହର ସ୍ଥିତ ଓଡ଼ିଆ ଢାମଣା ସାହିରେ ମା ଦକ୍ଷିଣ କାଳୀଙ୍କ ଦଣ୍ଡ ନୃତ୍ୟ ଉଦ୍‌ଯାପନୀ ସମାରୋହରେ ରାମଲିଙ୍ଗେଶ୍ଵର କଳା ନାଟ୍ୟ ସଂସଦର କଳାକାରମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଉମାକାନ୍ତ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କଳାକାରମାନଙ୍କୁ ସମ୍ମାନିତ କରିବା ସହ ପ୍ରାଚୀନ ଲୋକ କଳାକୁ ବଞ୍ଚାଇ ରଖିଥିବା କଳାକାରମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଦିଗଦର୍ଶନ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ବିଷ୍ଣୁ ଚରଣ ସେଠୀ, ପ୍ରଭାତ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ନିଦ୍ଦେଶକ ସନ୍ତୋଷ କୁମାର ସାହୁ, ସହ ନିଦ୍ଦେଶକ ବୈରୀ ରଞ୍ଜନ ସାହୁ ପ୍ରମୁଖଙ୍କ ସହ ରାମ ଲିଙ୍ଗେଶ୍ଵର କଳା ନାଟ୍ୟ ସଂସଦର ସମସ୍ତ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.