ଭୁବନେଶ୍ୱରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ଵରେ ଓଡ଼ିଶାରେ ଧାନ କିଣାବିକାର ଅବ୍ୟବସ୍ଥା, ଚାଷୀଙ୍କ ଟୋକନ ଲେପ୍ସ, ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି, କେନ୍ଦ୍ର ସରକାର ବସ୍ତା ସୁତୁଲି ପରିବହନର ଖର୍ଚ୍ଚ ଦେଉଥିବା ବେଳେ ଚାଷୀ କିଭଳି ଶୋଷଣର ଶିକାର ହେଉଛନ୍ତି ତା’ ଉପରେ ଅଧ୍ୟୟନ କରି ବିଜେପି ଏକ ରିପୋର୍ଟ ପ୍ରଦାନ କରିଛି । ଆଜି ଭୁବନେଶ୍ୱର ବିଜେପି ପାର୍ଟି କାର୍ଯ୍ୟାଳୟରେ ସାମ୍ଵାଦିକ ସମ୍ମିଳନୀରେ ଏହାର ଖୁଲାସା କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସାଧାରଣ ସଂପାଦକ ପୂର୍ବତନ ବିଧାୟକ ରବି ନାୟକ, ରେଙ୍ଗାଳି ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ଡା. ମୁକେଶ ମହାଳିଙ୍ଗ, ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.