ବେଆଇନ ଭାବେ ଶାଳ କାଠ ଚାଲାଣ ବେଳେ ମାଡି ବସିଲା ବନବିଭାଗ

ଗୁଣପୁର : ଶାଳ କାଠ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ୨୫ଟି ଶାଳ କାଠ ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୀଛି ବନବିଭାଗ । ଗିରଫ ୨ ଜଣ ଶାକରବାଜୁ ଗାଁର ଜୟନ୍ତ ପାଲକା, ସାଇବ ଗାଣ୍ଟା ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲାରେ ଶାଳ କାଠ ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ସୂଚନା ପାଇଥିଲା ଏବଂ ଗୁଡାରି ରେଞ୍ଜ୍ କାରାସିଂ ଛକରେ ପେଟ୍ରୋଲିଂ କରିଥିଲା ବନବିଭାଗ । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୨୫ ଟି ଶାଳ କାଠ ଚାଲାଣ ହେଉଥିବାର ଦେଖି ଗାଡିକୁ ଅଟକାଇ ପଚରାଉଚୁରା କରିଥିଲା । ପରେ ଏହି ବେଆଇନ କାଠ ଚାଲାଣରେ ବ୍ୟବହାର କରାଯାଇଥିବା ଗାଡ଼ିକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଥିଲା ବନବିଭାଗ ।

Leave A Reply

Your email address will not be published.