ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୬ ରେ ରହୁଥିବା ମିଟୁ ଗୌଡ଼ ଗତ ପ୍ରାୟ ୬ମାସ ତଳେ କୌଣସି ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇ କଟକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେତେବେଳେ ମିଟୁଙ୍କ ଗୋଡ଼ ଅପରେସନ ହୋଇ ଏକ ରଡ଼ ଲାଗିଥିଲା । ସେଠାରୁ ଡିସଚାର୍ଜ ହୋଇ ରାଉରକେଲା ଆସିବା ପରେ ନିୟମିତ ଚେକଅପ ପାଇଁ କଟକ ଯାଇ ଡାକ୍ତରଙ୍କୁ ଦେଖାକରିବା ପାଇଁ ମିଟୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ପୁଣିଥରେ ଚେକ ଅପ ପାଇଁ କଟକ ଯିବାର ଆବଶ୍ୟକତା ଥିବାବେଳେ ପାଖରେ ଅର୍ଥ ଅଭାବରୁ ମିଟୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ଏହି ଘଟଣା ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟିକୁ ଆସିବା କ୍ଷଣୀ ବିଧାୟକ ଶ୍ରୀ ତନ୍ତୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲେ । ଫଳରେ ଆଜି ମିଟୁ ନିଜ ଗୋଡ଼ର ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କଟକ ଯାଇଛନ୍ତି । ଏଠାରେ ସୂଚନାଯୋଗ୍ୟ କି ପୂର୍ବରୁ ମଧ୍ୟ ଥରେ ବିଧାୟକ ଦୁର୍ଗାଙ୍କ ସହଯୋଗରେ ମିଟୁ ଗୌଡ଼ ନିଜ ଚିକିତ୍ସା ପାଇଁ କଟକ ଯାଇଥିଲେ ।