ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନର ମୁଣ୍ଡୋଦହ ଆନୁକୂଲ୍ୟରେ ବେଲପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଉପକେନ୍ଦ୍ର ଅଧିନସ୍ଥ ଗ୍ରାମାଞ୍ଚଳ ପତ୍ରପାଲି, ତାରା, ଗୋଡ଼ଭଙ୍ଗା, କିନ୍ଦ୍ରିଟାଳ, କଦଳୀ, ରାଡବାହାଲ, ହଟକଟ, ସାତଚୁଆଁ, ଚନ୍ଦ୍ରପୁର, କଂଟାପାଲି, ଭୁଟୁଙ୍ଗପରା, ଲଥାକେନ୍ଦ, ପଦ୍ମପୁର ଆଦି ୧୯ଟି ଗାଁରେ ଭିଡିଓ ମାଧ୍ୟମରେ କରୋନା ଓ ମେଧ ବହୁଲତା ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କ ଯତ୍ନ, ଶିଶୁର ଯତ୍ନ, ବୟସ୍କା ବ୍ୟକ୍ତି, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ଆଦି ଭିଡିଓ ମାଧ୍ୟମରେ ସଚେତପତା ସୃଷ୍ଟି କରାଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମରେ ତୃପ୍ତି ସଂଗଠନର ସ୍ଵେଚ୍ଛାସେବୀମାନେ ଗାଁ ମାନଙ୍କରେ ଭିଡିଓ ମାଧ୍ୟମରେ ସଚେତନ କରିଥିଲେ ।