ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବରିଷ୍ଠ ଅଧିକାରୀଙ୍କ ସହ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ । ଆଉ କିଛି ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସେପଟେ ସଂସଦରେ ସାଧାରଣ ବଜେଟ ଆଗତ ହେବା ପୂର୍ବରୁ ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏହି ବୈଠକ ସକାଳ ୧୦ଟା ୧୫ରେ ବସୁଥିବା ବେଳେ ଏଥିରେ ୨୦୨୧-୨୨ ବଜେଟକୁ ମିଳିବ ଅନୁମୋଦନ । ତେବେ ଏଥର ଅର୍ଥମନ୍ତ୍ରୀ ପାରମ୍ପରିକ ବଜେଟ୍ ବ୍ରିଫ୍‌କେସ୍ ଓ ବହି-ଖାତା ପରିହାର କରିଛନ୍ତି । ଏସବୁ ପରିବର୍ତ୍ତେ ସେ ଭାରତରେ ନିର୍ମିତ ଏକ ‘ଟ୍ୟାବ୍‌ଲେଟ୍‌’ ଧରିଛନ୍ତି । ୨୦୨୧-୨୨ ବଜେଟ୍ ସମ୍ପୂର୍ଣ୍ଣ କାଗଜରହିତ କରାଯାଇଛି । ଏଥର ବଜେଟ୍ କାଗଜ ମୁଦ୍ରଣ ନ ହେବା ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଘଟଣା । ଏବର୍ଷ ବଜେଟ୍‌ର କେବଳ ସଫ୍ଟ‌ କପି ସେୟାର୍ କରାଯିବ । ଏଥିପାଇଁ ସଂସଦର ଉଭୟ ସଦନରୁ କେନ୍ଦ୍ର ସରକାର ଅନୁମତି ପାଇଛନ୍ତି ।

Leave A Reply

Your email address will not be published.