ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ସମସ୍ୟାର ସମାଧାନ ଦାବୀରେ ଆଜି କୋମଲ ସେନା ପକ୍ଷରୁ ଗୋଡଭଗା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ କଡ଼ରେ ଶହଶହ ଯାନବାହାନ ଅଟକି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ରବି ଋତୁରେ ଧାନ ଅମଳ ହେବା ପରେ ଚାଷୀଙ୍କ ସମସ୍ୟା ଲାଗି ରହିଛି । ଚାଷୀମାନଙ୍କ ଧାନବିକ୍ରି ନ ହୋଇ ହଜାର ହଜାର ବସ୍ତା ମଣ୍ଡିରେ ପଡି ରହିଥିବା ବେଳେ ଅନେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଗଲାଣି । ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନରେ ଗଜା ହେଲାଣି । ଏହାର ପ୍ରତିବାଦରେ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ସତ୍ବେ କୌଣସି ସମସ୍ୟା ହୋଇପାରିନାହିଁ । ଚାଷୀମାନଙ୍କ ସମସ୍ତ ଧାନ କିଣିବାକୁ ଦାବୀ କରି ଆଜି କୋସଲ ସେନା ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି ।
Prev Post